• ମେ ୨୨ ତାରିଖରେ ଶୀର୍ଷରେ ଥିଲା ସଂକ୍ରମଣ
  • ସରକାର କହିଲେ କମୁଛି ସଂକ୍ରମଣ ହାର
  • ୨ ସପ୍ତାହ ମଧ୍ୟରେ ଆହୁରି କମିବ ସଂକ୍ରମଣ
Advertisment

ଗତ ମେ ୨୨ ତାରିଖରେ ରାଜ୍ୟରେ ୧୨,୮୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସରକାରଙ୍କ କହିବା କଥା ହେଉଛି, ବୋଧହୁଏ ଏହି ସଂକ୍ରମଣ ଶୀର୍ଷ ଥିଲା ଏବଂ ୨ ସପ୍ତାହ ମଧ୍ୟରେ ସଂକ୍ରମଣ ଓଡିଶାରେ କମିଯାଇପାରେ । ତେବେ ଆଗକୁ ସାବିତ୍ରୀ, ଶୀତଳଷଷ୍ଠୀ ଓ ରଜ ଆସୁଥିବାରୁ ସଂକ୍ରମଣକୁ ନେଇ ଚିନ୍ତା ରହିଛି ।

ରାଜ୍ୟରେ ବର୍ତମାନ ୯ଟି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଅଛନ୍ତି । ସେହି ଜିଲ୍ଲାଗୁଡିକ ହେଉଛି, ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ, ପୁରୀ, ବରଗଡ, ମୟୁଭଭଞ୍ଜ, ଯାଜପୁର ଓ ବାଲେଶ୍ୱର । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ସରକାର କହିଛନ୍ତି, ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୨-ଡିଜି ଔଷଧ ବଜାରକୁ ଆସିନଥିଲେ ମଧ୍ୟ ୨ ସପ୍ତାହ ମଧ୍ୟରେ ଓଡିଶାରେ ଉପଲବ୍ଧ ହେବ । ଏଥିପାଇଁ ଆଗୁଆ କରି ସରକାର ଅର୍ଡର ଦେଇଛନ୍ତି ।

ରାଜ୍ୟରେ ବର୍ତମାନ କେତେ ବେଡ ଖାଲି ରହିଛି ସେ ସମ୍ପର୍କରେ ସୂଚନା ଦେବାକୁ ଯାଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଏହି ସଂଖ୍ୟା ଧିରେ ଧିରେ ଖସିଛି. ବର୍ତମାନ ଆଇସିୟୁ ତଥା କ୍ରିଟିକାଲ କେୟାର ପାଇଁ ଏବେ ୭୨ ପ୍ରତିଶତ ଭର୍ତ୍ତି ଅଛି ଏବଂ ସାଧାରଣ ବେଡ୍ ମାତ୍ର ୪୬ ପ୍ରତିଶତ ଭର୍ତି ଅଛି ବୋଲି କହିଛନ୍ତି । ଓଡିଶାରେ ଏବେ ୨୫ ଜଣ ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ।