କନକ ବ୍ୟୁରୋ : ମଡିକାଲରୁ ଚୋରି ହୋଇଗଲା ଅକ୍ସିଜେନ ପାଇପଲାଇନ । ଜୟପୁର ସ୍ଥିତ ଜିଲ୍ଲା ମେଡିକାଲରୁ ଅକ୍ସିଜେନ ପାଇପଲାଇନ ଚୋରି ହୋଇଯାଇଛି । ୬୦ ମିଟର ପାଇପଲାଇନକୁ ଚୋରି କରିନେଇଛନ୍ତି ଦୁର୍ବୃତ୍ତ ।

Advertisment

ଅକ୍ସିଜେନ ଟାଙ୍କି ଠାରୁ ସଂଯୋଗ କରୁଥିବା ଲାଇନ ପର୍ଯ୍ୟନ୍ତ ତମ୍ବା ପାଇପ ଲାଇନକୁ କାଟି ନେଇଛନ୍ତି ଚୋର । ଏବେ କେବଳ ଗୋଟିଏ ଲାଇନରେ ରୋଗୀଙ୍କୁ ଅକ୍ସିଜେନ ଯୋଗାଯାଉଛି । ୧୯ ତାରିଖ ତାରିରେ ଚୋରି ହୋଇଥିବା ନେଇ ଥାନାରେ ମେଡିକାଲ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ।