କନକ ବ୍ୟୁରୋ : ଜାଲରେ ପଡିଲା ୬୦ କେଜିର ମାଛ । ମହାନଦୀରେ ମତ୍ସ୍ୟଜୀବିଙ୍କ ଜାଲରେ ପଡିଛି ବିରାଟକାୟ ମାଛ । ସମ୍ବଲପୁର ବୁର୍ଲା ସାଇଫନ ଅଂଚଳରେ ମତ୍ସ୍ୟଜୀବି ମାନେ ୬୦ କେଜିର ମାଛ ଧରିଛନ୍ତି । ମାଛର ନାଁ ବୁଦିଆ ମାଛ ବୋଲି ମତ୍ସ୍ୟଜୀବି କହିଛନ୍ତି ।
ମତ୍ସ୍ୟଜିବୀ ମାନେ ସବୁଦିନ ପରି ମାଛ ମାରୁଥିବାବେଳେ ଏହି ବିରାଟକାୟ ମାଛଟି ଜାଲରେ ପଡିଥିଲା । ତେବେ ଜଣେ ମତ୍ସ୍ୟଜୀବି ଜାଲ ଟାଣିବାରେ ଅସମର୍ଥ ହେବାରୁ ୪ରୁ ୫ଜଣ ଜାଲ ଟାଣି ମାଛକୁ ବାହାରକୁ ଆଣିଥିଲେ । ଏହା ପରେ ୨ଜଣ ମାଛକୁ କାନ୍ଧରେ ବୋହି ବାହାରକୁ ଆଣିଥିଲେ । ପରେ ସହରର ଏକ ହୋଟେଲରେ ଏହାକୁ ବିକ୍ରି କରିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/9-10.jpg)