ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଅଟକି ଗଲା ଜୀବନ ଯାତ୍ରା । ସଟଡାଉନ ଯୋଗୁଁ ସହର ଶୂନଶାନ, ବନ୍ଦ ରହିଛି ସମସ୍ତ ଦୋକାନ ବଜାର, ବିଭିନ୍ନ ସ୍ଥାନରେ ଚାଲିଛି କଡ଼ା ଯାଞ୍ଚ ।

447

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିି ଯୋଗୁଁ ଓଡିଶାର ତିନି ଜିଲ୍ଲା ବାଲେଶ୍ୱର,ଭଦ୍ରକ ଓ ଯାଜପୁରରେ ଜାରି ହୋଇଛି ୬୦ଘଂଟିଆ ସଟଡାଉନ । ହାଟ ବଜାର ବନ୍ଦ କରି ଲୋକଙ୍କ ଗତିବିଧି ଉପରେ ରୋକ ଲାଗିଛି । ଆଉ ପୁଲିସର କଡା ପହରା ଭିତରେ ଘରକୁ ଘର ପହଁଚି କେରାନାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରାୟାସ । ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ଗତିବିଧି ବନ୍ଦ କରାଯାଇଛି ।

ରଜ୍ୟରେ କେରାନା ସଂକ୍ରମଣ ପାଇଁ ପଶ୍ଚିମବଙ୍ଗ ଚିନ୍ତା ବଢାଇବା ପରେ ଓଡିଶା ଓ ପଶ୍ଚିମବଙ୍ଗର ସୀମାନ୍ତ ଜିଲ୍ଲା ବାଲେଶ୍ୱରରେ ଜାରି ହୋଇଛି ସଟ ଡାଉନ । ପଶ୍ଚିମବଙ୍ଗ-ଓଡିଶା ସୀମାକୁ ସିଲ କରାଯାଇଛି । ସହର ସାରା ପଇଁତରା ମାରୁଛି ପୁଲିସ । ସ୍ୱାସ୍ଥ୍ୟ ସେବା ଭଳି ଜରୁରୀ ସେବାକୁ ବାଦ ଦେଇ ବାକି ସବୁ ଗତିବିଧି ଉପରେ ରୋକ ଲାଗିଛି । ଆଉ ଖାଁ ଖାଁ ସହରରେ ଆରମ୍ଭ ହୋଇଛି ସାନିଟାଇଜେସନ କାମ । ଆଉ ୬୦ଘଂଟାର ସଟଡାଉନ ଭିତରେ ଘରକୁ ଘର ପହଁଚି ସଂକ୍ରମିତ ଓ ସଂକ୍ରମିତଙ୍କ ସଂସତ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ସେହିଭଳି ଭଦ୍ରକ ଜିଲ୍ଲାରେ ବି ସଟଡାଉନକୁ କଡାକଡି ପାଳନ କରାଯାଉଛି । ପୁଲିସଗାଡିକୁ ଛାଡି ଦେଲେ ରାସ୍ତାଘାଟ ପୁରା ଖାଁ ଖାଁ । ହସ୍ପିଟାଲ,କିଛି ଅନୁମତି ପ୍ରାପ୍ତ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ଛାଡି ସବୁ କିଛି ବନ୍ଦ ରହିଛି । ଆଉ ଏହି ସଟଡାଉନ ଭିତରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ଆରମ୍ଭ କରିଛି ପ୍ରଶାସନ ।

କରୋନା ମୁକାବିଲା ପାଇଁ ଯାଜପୁରରେ ବି ଜାରି ହୋଇଛି ସଟଡାଉନ । ସାରା ସହରରେ ପଇଁତରା ମାରୁଛି ପୁଲିସ । ଯାଜପୁର ଦେଇ ଜାତୀୟ ରାଜପଥ ପଶ୍ଚିମବଙ୍ଗକୁ ଯାଉଥିବାରୁ ରାଜରାସ୍ତାରେ ଚାଲିଛି ଚ୍ୟାକିଂ । ଜାତୀୟ ରାଜପଥରେ ଯାଉଥିବା ଟ୍ରକ ଓ ମାଲବାହୀ ଗାଡିଗୁଡିକୁ ବି କଡାକଡି ଯାଁଚ କରାଯାଉଛି । ପୁରା ସହରକୁ ଶୂନସାନ କରି ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ।

ପୂର୍ବରୁ କରୋନା ମୁକାବିଲା ପାଇଁ ସଟ ଡାଉନ ଫର୍ମ୍ୟୁଲା ଭୁବନେଶ୍ୱରରେ ସଫଳ ହୋଇଥିବାରୁ ଏହି ପ୍ରକ୍ରିୟାକୁ ଆପଣେଇ ଏହି ତିନି ଜିଲ୍ଲାରେ ସ୍ଥତି ନିୟନ୍ତ୍ରଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ସରକାର । ସଟଡଉନ ସମୟ ସୀମା ଭିତରେ ରାଜ୍ୟ ବାହରୁ ଫେରିଥିବା ଲୋକ ଓ କରୋନା ଆକ୍ରାନ୍ତଙ୍କ ଗସ୍ତବିବରଣୀ ସହ ସଂକ୍ରମିତଙ୍କ ସଂସ୍ପର୍ଶର ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ବଡ ଆହ୍ୱାନ ।