କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଲାଗୁ ହୋଇଥିବା ସଟଡାଉନ କଟକଣା ଆଜି ସକାଳ ୧୦ଟାରେ ଶେଷ ହୋଇଛି । ୨୩ ତାରିଖ ରାତି ୧୦ଟାରୁ ଜିଲ୍ଲାରେ ୬୦ ଘଂଟିଆ ସଟଡାଉନ କଟକଣା ଲାଗୁ ହୋଇଥିଲା । ଏହି ସମୟରେ ଜିଲ୍ଲାର ସବୁ ଦୋକାନ ବଜାର ବନ୍ଦ ରହିଥିଲା । ଗତକାଲି ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ସଟଡାଉନ ଉଠିବା ପରେ ପୁଣି ଥରେ ଲାଗୁ ହେବା ନେଇ ଦେଖା ଦେଇଛି ଆଶଙ୍କା । ସଟଡାଉନ୍ ସମୟକୁ ଯାଜପୁର ଜିଲ୍ଲା ପ୍ରଶାସନ ବଢାଇପାରେ ବୋଲି ଆକଳନ କରାଯାଉଛି । ସେପଟେ ସଟଡାଉନ୍ ଅବଧି ମଧ୍ୟରେ ସମଗ୍ର ଜିଲ୍ଲାରେ ଥିବା ଗୋଟିକିଆ ଲାଇସେନ୍ସପ୍ରାପ୍ତ ଦୋକାନ ସବୁ ସେମାନଙ୍କ ଅଧା କର୍ମଚାରୀଙ୍କୁ ନେଇ ଏବଂ ସାମାଜିକ ଦୂରତା ରକ୍ଷା କରି ଖୋଲିବାକୁ ଅନୁମତି ଦିଆଯାଇଛି । ଦୋକାନୀମାନେ ସକାଳ ୬ଟାରୁ ଦିନ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଦୋକାନ ଖୋଲିପାରିବେ । ଗ୍ରାମାଂଚଳ ଓ ପୌରାଚଂଳର ମାର୍କେଟ କମ୍ପେ୍ଲକ୍ସରେ ଥିବା ଦୋକାନୀମାନେ ମଧ୍ୟ ଏହି ନିୟମ ପାଳନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ।
ସେପଟେ, ଭଦ୍ରକ ଜିଲ୍ଲାରୁ ଉଠିଲା ୬୦ ଘଂଟିଆ ସଟଡାଉନ । ଆଜି ସକାଳ ୧୦ଟାରେ ଉଠିଛି ସଟଡାଉନ । କଟକଣା ହଟିବା ପରେ ଭଦ୍ରକ ପୌରାଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିଛି । ଏଥିସହ ପାଥୋଲାବ, ତେଜରାତି ଦୋକାନ, ପରିବା ଦୋକାନ, ମାଛ, ମାଂସ, ବହି ଦୋକାନ, ଏଲପିଜି ଗ୍ୟାସ ଏଜେନ୍ସି, କୃଷି ଉପକରଣ, ଗୃହ ନିର୍ମାଣ ଉପକରଣ, ହାର୍ଡଓୟାର ଷ୍ଟୋର, ଇଲେକ୍ଟ୍ରି ଦୋକାନ, ମୋବାଇଲ ରାଚାର୍ଜ ସେଂଟର, ଇଲକଟ୍ରୋନିକ୍ସ ଦୋକାନ, ଅଟୋମୋବାଇଲ ଯନ୍ତ୍ରାଂଶ, ମଟର ସାଇକେଲ ଗ୍ୟାରେଜ, ସାଇକେଲ ମରାମତି ଦୋକାନ ଓ ଜେରକ୍ସ ଆଦି ଦୋକାନ ଖୋଲା ରହିବ । ପ୍ରତ୍ୟକ ଦୋକାନ ସକାଳ ୫ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ । ଫଳ ଓ କ୍ଷୀର ଦୋକାନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଔଷଧ ଓ ଚଷମା ଦୋକାନ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ଏହି ସମୟରେ ସାମାଜିକ ଦୂରତା ମାନିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/SHUTDOWN-2.jpg)