ଭାଙ୍ଗିଲା କେନାଲ ବନ୍ଧ : ଶହଶହ ହେକ୍ଟର ଚାଷ ଜମି ମାଡିଗଲା ପାଣି 

89

କନକ ବ୍ୟୁରୋ : ଭାଙ୍ଗିଲା କେନାଲ ବନ୍ଧ । ଶହଶହ ହେକ୍ଟର ଚାଷ ଜମି ମାଡିଗଲା ପାଣି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାନ୍ତାରାପୁର ଠାରେ ରେଙ୍ଗାଳି ଭଏରପୁର ଶାଖା କେନାଲରେ ୩୦ ଫୁଟର ଘାଇ ହୋଇଛି । ସୂଚନା ଅନୁସାରେ, ଆଜି ସକାଳୁ ଘାଇ ସୃଷ୍ଟି ହୋଇଛି । ଆଗରୁ ମଧ୍ୟ କାମାକ୍ଷାନଗର ଉପଖଣ୍ଡରେ ରେଙ୍ଗାଲୀ କେନାଲରେ ବାରମ୍ବାର ଘାଇ ହୋଇଛି । ଚାଷ ନଷ୍ଟ ହୋଇଛି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହା ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ଫଳରେ ଚାଷ-ବାସ ନଷ୍ଟ ହେଉଛି ।