ନିର୍ବାଚନ ଅଧିକାରୀଙ୍କ ସୂଚନା । ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ହୋଇଛି ୬୦ ପ୍ରତିଶତ ମତଦାନ

70

କନକ ବ୍ୟୁରୋ : ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହୋଇଛି । ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଆଜି ମତଦାନ ହୋଇଛି । ମତଦାନ ବାବଦରେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ ହୋଇଛି । ଏହି କ୍ରମରେ ବରଗଡରେ ୬୬.୧୪ ପ୍ରତିଶତ, ବଲାଙ୍ଗୀରରେ ୬୧.୩୫ ପ୍ରତିଶତ ମତଦାନ ହୋଇଛି । ଆସ୍କା ୫୫.୬୫ ପ୍ରତିଶତ, କନ୍ଧମାଳରେ ୫୭.୪୬ ପ୍ରତିଶତ, ସୁନ୍ଦରଗଡ ୬୧.୫୩ ପ୍ରତିଶତ ମତଦାନ ହୋଇଛି । ହେଲେ ଭଞ୍ଜନଗରରେ ସନ୍ଧ୍ୟା ୫ଟା ସୁଦ୍ଧା ୫୦ ପ୍ରତିଶତରୁ କମ୍ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।