୫ ଫୁଟିଆ କୁମ୍ଭୀର ସହ ଲଢେଇ କଲା ୬ ବର୍ଷର କୁନି ଝିଅ ! କେନ୍ଦ୍ରାପଡା ଭିତରକନିକା ଅଂଚଳରେ ଚହଳ

Advertisment
୫ ଫୁଟିଆ କୁମ୍ଭୀର ସହ ଲଢେଇ କଲା ୬ ବର୍ଷର କୁନି ଝିଅ ! କେନ୍ଦ୍ରାପଡା ଭିତରକନିକା ଅଂଚଳରେ ଚହଳ

publive-imageଖଣ୍ଡିଆ ଖାବରା ହୋଇଥିବା ଏହି କୁନି ଝିଅଟି । କୁମ୍ଭୀର ଆକ୍ରମଣରେ ଆହତ ହୋଇଛି ଏହି ଝିଅଟି । ଆଉ ସବୁଠାରୁ ବଡକଥା ହେଉଛି ଏହି କୁନି ଝିଅଟିକୁ ରକ୍ଷା କରିଛି ତାର ଭଉଣୀ । ମାତ୍ର ୬ ବର୍ଷ ବୟସରେ ୫ ଫୁଟ କୁମ୍ଭୀର ମୁହଁରୁ ଭଉଣୀକୁ ବଂଚାଇ ଆଣିଛି ମମତା । କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନକୁ ଲାଗିଥିବା ବରାଡିଆ ଗାଁରେ ଘଟିଛି ଏଭଳି ଚମକାଇ ଦେଲା ଭଳି ଘଟଣା ।

ଗତକାଲି ଅପରାହ୍ନରେ ଅଶାନ୍ତି ଘର ପଛପଟେ ଥିବା ପୋଖରୀରେ ଧୋଇ ହେଉଥିବାବେଳେ ହଠାତ ଆକ୍ରମଣ କରିଥିଲା ଏକ ୫ ଫୁଟିଆ କୁମ୍ଭୀର । ଏହି ସମୟରେ କୂଳରେ ଛିଡା ହୋଇଛିବା ସାନ ଭଉଣୀ ମମତା ସାହସ ଜୁଟାଇ ଭଉଣୀକୁ ଟାଣି ଆଣିଥିଲା । ଫଳରେ ଏକ ବଡ ଅଘଟଣରୁ ବର୍ତି ଯାଇଥିଲା ଅଶାନ୍ତି । ମାତ୍ର ୬ ବର୍ଷ ବୟସରେ ମମତା ଯେଉଁ ସାସହ ଦେଖାଇଲା ତାହା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଶୟ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe