ମଧ୍ୟାହ୍ନ ଭୋଜନ ସମୟରେ ଘଟିଲା ବଡ଼ ଧରଣର ଅଘଟଣ । ଗରମ ସାମ୍ବର ଭିତରେ ପଡି ଆଖିବୁଜିଲା ୬ ବର୍ଷର କଅଁଳ ଛୁଆ ।

ମଧ୍ୟାହ୍ନ ଭୋଜନ ସମୟରେ ଘଟିଲା ବଡ଼ ଧରଣର ଅଘଟଣ । ଗରମ ସାମ୍ବର ଭିତରେ ପଡି ଆଖିବୁଜିଲା ୬ ବର୍ଷର କଅଁଳ ଛୁଆ ।

ଆନ୍ଧ୍ରପ୍ରଦେଶର କୁରନୁଲ୍ ରୁ ଗମ୍ଭୀର ବେଖାତିର୍ ତଥା ଦାୟିତ୍ୱହୀନତାର ମାମଲା ସାମ୍ନାକୁ ଆସିଛି । ଏଠାରେ ବୁଧବାର ବିଜୟାନିକେତନ ନାମକ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥିବା ବେଳେ ଗରମ ସାମ୍ବରରେ ଜଣେ ୬ ବର୍ଷର କୁନି ପୁଅ ପଡି ମୃତ୍ୟୁବରଣ କରିଛି । ପୁଅଟି ସ୍କୁଲରେ ପଢୁଥିବା କଥା ଜାଣିବାକୁ ମିଳିଛି । ଡ଼ି.ପୁରୁଷୋତ୍ତମ ରେଡ୍ଡି ନାମକ ଏହି ଛାତ୍ର ୟୁକେଜିିର ଛାତ୍ର ବୋଲି ଜାଣିବାକୁ ମିଳିଛି । ପୋଲିସଙ୍କ କହିବାନୁସାର , ଗରମ ସାମ୍ବରରେ ପଡିବାର କିଛି ସମୟ ପରେ ଛାତ୍ରକୁ ଯେତେବେଳେ ହସ୍ପିଟାଲ୍ ନିଆଗଲା ସେଠାକାର ଡାକ୍ତର କୁରନୁଲ୍ ଜେନେରାଲ୍ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ପଠାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ରାସ୍ତାରେ ହିଁ ପିଲାଟିର ମୃତ୍ୟୁ ହୋଇଥିଲା ।

publive-image

ବର୍ତ୍ତମାନ ମୃତ ଛାତ୍ରର ମାତାପିତା ସ୍କୁଲ୍ ପ୍ରବନ୍ଧନଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି । ମୃତ ଶିଶୁର ବାପା ଶ୍ୟାମସୁନ୍ଦର ରେଡ୍ଡିଙ୍କ କହିବାନୁସାରେ , ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବେଖାତିର୍ ଯୋଗୁଁ ମୋ ଶିଶୁର ଜୀବନ ଚାଲିଗଲା । ଆମେ ସ୍କୁଲକୁ ହଜାର ହଜାର ଟଙ୍କାର ଫିସ୍ ବିନା ଦ୍ୱିଧାରେ ଦେଉଛୁ କାରଣ ଆମ ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଶିଷ୍ଠାଚାରକୁ ଶିକ୍ଷକମାନେ ସୁଧାରି ପାରିବେ । କିନ୍ତୁ ଏବେ ମୋ ପୁଅକୁ କିଏ ଫେରାଇବ? କେଉଁ ପରିସ୍ଥିତିରେ ଗରମ ସାମ୍ବର ଭିତରେ ଗୋଟିଏ ପିଲା ପଡିଯିବ ଆଉ ସ୍କୁଲ୍ କର୍ତ୍ତୃପକ୍ଷ ଏହାର ଖବର ଜାଣିପାରିବେନି! କ’ଣ ସାମ୍ବର ପ୍ରସ୍ତୁତ ସମୟରେ ତାହା ଘୋଡାଯାଇନଥିଲା? ଏଭଳି ଅନେକ ପ୍ରଶ୍ନ ଏବଂ କୋହଭରା କଣ୍ଠରେ ସମସ୍ତଙ୍କୁ ଉତ୍ତର ପଚାରୁଛନ୍ତି ମୃତ ଶିଶୁର ବାପାମା’ । ତେବେ ଏନେଇ ପୋଲିସ୍ ପକ୍ଷରୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe