କନକ ବ୍ୟୁରୋ: ମାତାଲ ପୁଅର ଲଙ୍କା କାଣ୍ଡ । ପାରିବାରିକ କଳହରୁ ପୋଡିଦେଲା ୬ ବାଇକ ସହ ୨ ସାଇକେଲ ।  ବାଲେଶ୍ୱର  ଭୋଇ ସାହିରୁ ଆସିଛି ଏଭଳି ଖବର । ଭୋଇ ସାହିରେ ଭଡାରେ ରହୁଥିବା ସୌରଭ ମହାନ୍ତି ପାରିବାରିକ କଳହରୁ ଏଭଳି କାଣ୍ଡ ଘଟାଇଛି । ମଦ ପିଇ ନିଜ ଭାଇ ସହ ଝଗଡା କରି ଘରେ ସମସ୍ତ ଗାଡିରେ ନିଆଁ ଲଗାଇଦେଇଛି ।

Advertisment

publive-image

ସୌରଭଙ୍କ ଘର ଲୋକ ଓ ସେଠାରେ ରହୁଥିବା ଅନ୍ୟ ଭଡାଟିଆ ମାନେ ବିବାହ ଭୋଜିରେ ଯାଇଥିବା ବେଳେ ସୌରଭ ମଦ ନିଶାରେ ପ୍ରତିଶୋଧ ପରାଣୟ ହୋଇ ନିଜ ଭାଇର ବାଇକରେ ନିଆଁ ଲଗେଇଦେଇଥିଲା । ଫଳରେ ପାଖରେ ଥିବା ଆଉ  ୫ଟି ବାଇକ ଓ ଦୁଇଟି ସାଇକେଲ ମଧ୍ୟ ଜଳିଯାଇଥିଲା । ଏନେଇ ସଦର ଥାନାରେ ମାମଲା ରୁଜୁ ପରେ ସୌରଭ ଫେରାର ରହିଛି ।