କନକ ବ୍ୟୁରୋ : ଜମ୍ମୁକାଶ୍ମୀର ଶ୍ରୀନଗରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସେନା ଏନକାଉଂଟରରେ ଟଳିଲେ ୩ ଆତଙ୍କୀ । ଶ୍ରୀନଗରର ସୋପିଆନ୍ ଅଂଚଳରେ ଏହି ଏନକାଉଂଟର ହୋଇଛି । ସୋପିଆନର ଅମସିପୋରା ଅଂଚଳରେ ବଡି ଭୋରରୁ ସେନା ଆରମ୍ଭ କରିଥିଲା ସର୍ଚ ଅପରେସନ । ଆତଙ୍କୀ ଛପିଥିବା ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅଭିଯାନ । ସେନାକୁ ଦେଖିବା ପରେ ଖସି ଯିବାକୁ ଆତଙ୍କବାଦୀ ଗୁଳି ମାଡ କରିଥିଲେ । ଏହାର ଜବାବ ଦେଇଥିଲା ସେନା । ଏହି ଏନକାଉଂଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ହିଜବୁଲ୍ କମାଣ୍ଡରକୁ ଏନକାଉଂଟର କରିବା ପରେ ପରେ ଆଜି ସେନାଗୁଳିରେ ଟଳିଛନ୍ତି ୩ ଆତଙ୍କୀ । ଗତ ଜୁନ୍ ମାସରେ ସେନା ଅପରେସନରେ ୪୮ ଆତଙ୍କବାଦୀ ନିପାତ ହୋଇଥିଲୋ ଏହା ପରେ ଜୁଲାଇ ମାସରେ ଦକ୍ଷିଣ କାଶ୍ମୀର ଜିଲ୍ଲାରେ ସେନା ଆତଙ୍କବାଦୀ ନିପାତ ଅଭିଯାନ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/terrorist-750x430.jpg)