ସେନାର ଅପରେସନ ଅଲଆଉଟ । ୨୪ ଘଣ୍ଟାରେ ଟପ୍ ଜୈସ୍ କମାଣ୍ଡରଙ୍କ ସମେତ ନିପାତ ହେଲେ ୬ ଆତଙ୍କବାଦୀ

110

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ପୁଲୱାମା ଓ ସୋପିଆଁନରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ନିପାତ ହେଲେ ୬ ଆତଙ୍କବାଦୀ । ଆଉ ଏହି ଏନକାଉଣ୍ଟରରେ ଜୈସ-ଏ-ମହମ୍ମଦର ଟପ୍ କମାଣ୍ଡର ନିହତ ହୋଇଥିବା ବେଳେ ସେନାର ଦୁଇଜଣ ଯବାନ ଶହୀଦ ହୋଇଛନ୍ତି । ଏପରିକି ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ଜୀବନ ଯାଇଥିବା ଜଣାପଡିଛି ।

ପୋଲିସର ସୂଚନା ଅନୁଯାୟୀ ପୁଲୱାମା ଓ ସୋପିଆଁନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀ ଲୁଚିଥିବା ଆଡ୍ଡା ଉପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ସେଠାରେ ଲୁଚିରହିଥିବା ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଆଉ ପ୍ରତିଜବାବରେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ନିପାତ ହୋଇଥିଲେ ଆତଙ୍କବାଦୀ ।

ପୁଲୱାମାରେ ନିପାତ ହୋଇଥିବା ୩ ଆତଙ୍କବାଦୀ ଜୈସ-ଇ-ମହମ୍ମଦ ସଙ୍ଗଠନ ପ।।ଇଁ କାମ କରୁଥିଲେ ବୋଲି ଜଣାପଡିଛି । ଏପରିକି ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜୈସର ଜଣେ ଟପ୍ କମାଣ୍ଡର ରହିଥିବା ଜଣାପଡିଛି ।