ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ । ଉତ୍ତର ପ୍ରଦେଶରେ ଆନନ୍ଦୀବେନ୍ ପଟେଲ ,ମଧ୍ୟପ୍ରଦେଶର ରାଜ୍ୟପାଳ ହେଲେ ଲାଲ ଜୀ ଟଣ୍ଡନ ।

Advertisment
ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ । ଉତ୍ତର ପ୍ରଦେଶରେ ଆନନ୍ଦୀବେନ୍ ପଟେଲ ,ମଧ୍ୟପ୍ରଦେଶର ରାଜ୍ୟପାଳ ହେଲେ ଲାଲ ଜୀ ଟଣ୍ଡନ ।

କନକ ବ୍ୟୁରୋ: ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ । କେନ୍ଦ୍ର ସରକାରଙ୍କ ସହମତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ବଦଳିରେ ପ୍ରଥମ ନାମ ଭାବରେ ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କ ନାମ ସାମ୍ନାକୁ ଆସିଛି । ତେବେ ଆନନ୍ଦିବେନଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଭାବେ ବଦଳି କରାଯାଇଛି ।

publive-imageଏହାପୂର୍ବରୁ ରାମ ନାଇକ ଉତ୍ତରପ୍ରଦେଶର ରାଜ୍ୟପାଳ ଥିଲେ । ସେହିପରି ଲାଲ ଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ବଦଳି କରାଯାଇଥିବାବେଳେ ପୂର୍ବରୁ ସେ ବିହାର ରାଜ୍ୟପାଳ ଥିଲେ ବିହାର ରାଜ୍ୟପାଳ ଭବେ ଫଗୁ ଚୌହାନ ଲାଲ ଜି ଟଣ୍ଡନଙ୍କ ସ୍ଥାନ ନେବେ ।

ANANANDIBEN image court4esy-http://www.thehindu.com

ଜଗଦୀପ ଧନକଡ଼ଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରମେଶ ବେଶେଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିପରି ଆର ଏନ ରବିଙ୍କୁ ନାଗାଲାଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏଠାରେ ସୂଚନା ଥାଉ କି ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ମିଳିଥିଲା । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe