କନକ ବ୍ୟୁରୋ: ସାମ୍ନାକୁ ଆସିଛି ୬ ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନ ଫଳାଫଳା । ଏଥରକ ଜାତୀୟ ଦଳ ଓ ଆଂଚଳିକ ଦଳଗୁଡିକ ମଧ୍ୟରେ ଫଳାଫଳ ବରାବର ରହିଛି । । ନଭେମ୍ବରରେ ୬ତାରିଖ ପ୍ରକାଶିତ ଫଳାଫଳରେ ଉତରପ୍ରଦେଶ, ହରିଆଣା, ବିହାର ଓ ଓଡ଼ିଶାରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିବାବେଳେ ମହାରାଷ୍ଟ୍ରୀ ଅନେ୍ଧରୀ ଇଷ୍ଟରେ ଉଦ୍ଧବ ଗୋଷ୍ଠୀକୁ ମିଳିଛି ବିଜୟ । ସେହିପରି ତେଲେଙ୍ଗାନରେ ବିପୁଳ ବିଜୟ ହାତେଇଛି କ୍ଷମତାସୀନ ଟିଆରଏସ ସରକାର । ୧୦ହଜାର ୩୦୯ଭୋଟ ସହ ପ୍ରତିଦ୍ୱନଦୀଙ୍କୁ ପଛରେ ପକାଇ ଉପନିର୍ବାଚନ ଜିତିଛି ଟିଆରଏସ ।
ବିଧାନସଭା ଉପନିର୍ବାଚନ ଫଳାଫଳ
ରାଜ୍ୟ ଆସନ ଫଳାଫଳ
ବିହାର ମୋକାମା ଆରଜେଡି
ବିହାର ଗୋପାଳଗଂଜ ବିଜେପି
ୟୁପି ଗୋଲାଗୋକର୍ଣ୍ଣନାଥ ବିଜେପି
ଓଡ଼ିଶା ଧାମନଗର ବିଜେପି
ତେଲେଙ୍ଗାନା ମୁନୁଗୋଡେ ଟିଆରଏସ
ମହାରାଷ୍ଟ୍ର ଅନେ୍ଧରୀ ଇଷ୍ଟ ଶିବସେନା ( ଉଦ୍ଧବଗୋଷ୍ଠୀ)
ହରିଆଣା ଆଦମପୁର ବିଜେପି
ବିହାରରେ କ୍ଷମତାରେ ଥିବା ମହାମେଂଟ ଓ ବିଜେପି ମଧ୍ୟରେ ମୁକାବିଲା ସମାନ ରହିଛି । ରାଜ୍ୟରେ ବିଜେପି ଓ ଆରଜେଡି ଗୋଟିଏ ଲେଖାଏଁ ଆସନରେ ବିଜୟ ହୋଇଛନ୍ତି । ଉତରପ୍ରଦେଶ ଲଖମିପୁର ଖେରି ଜିଲ୍ଲାର ଗୋକର୍ଣ୍ଣନାଥ ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅମନ ଗିରି ୩୪ହଜାର ଅଧିକ ଭୋଟରେ ବିଜୟ ହୋଇଛନ୍ତି । ଓଡିଶା ଧାମନଗରରେ ବିଜେଡିକୁ ହରାଇ ବାଜି ମାରିଛି ବିଜେପି । ତେଲେଙ୍ଗାନା ମୁନୁଗୋଡେ ବିଧାନସଭା ଆସନରେ ବିଜେପିକୁ ପ୍ରାୟ ୧୦ହଜାରରୁ ଅଧିକ ଭୋଟରେ ହରାଇଛି ଟିଆରଏସ । ମହାରାଷ୍ଟ୍ର ଇଷ୍ଟ ଅନେ୍ଧରୀ ଆସନରେ ଶିବସେନାର ଉଦ୍ଧବଗୋଷ୍ଠୀ ବାଜି ମାରିଛି ର ମହାରାଷ୍ଟ୍ରର ଫଳାଫଳ ସବୁଠୁ ରୋଚକ ରହିଛି । ହରିଆଣାରେ ବିଜେପି ପ୍ରାର୍ଥୀ କଂଗ୍ରେଦକୁ ହରାଇ ନଜର ଗଢକୁ ରକ୍ଷା କରିଛି ।
ଯଦି ୬ରାଜ୍ୟର ଫଳାଫଳ ଦେଖିବା ସବୁଠୁ ଆଶ୍ଚର୍ଯ୍ୟ କରିଛି ମହାରାଷ୍ଟ୍ର ଇଷ୍ଟ-ଅନେ୍ଧରୀର ଫଳାଫଳ । ଏହି ଆସନରେ ଉଦ୍ଧବ ଠାକରେ ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲଟକେ ବିଜୟୀ ହୋଇଛନ୍ତି ସତ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବିଜୟୀ ପ୍ରାର୍ଥୀଙ୍କ ପରେ ଦ୍ୱିତୀୟ ସର୍ବାଧିକ ଭୋଟ କୈାଣସି ପ୍ରାର୍ଥୀ ପାଇ ନାହାନ୍ତି ବରଂ ନୋଟା ଭୋଟ ଦ୍ୱିତୀୟ ସ୍ଥାନରେ ରହିଛି । ଅର୍ଥାତ୍ ଇଷ୍ଟ ଅନେ୍ଧରୀ ଆସନରେ ବିଜୟୀ ପ୍ରାର୍ଥୀଙ୍କ ପରେ ନୋଟାରେ ଅଧିକ ଭୋଟ ଦେଇଛନ୍ତି ଜନତା । ଅର୍ଥାତ୍ ନୋଟାରେ ଭୋଟ ଦେଇଥିବା ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରିନାହାନ୍ତି ।
ବିଧାନସଭା ଉପନିର୍ବାଚନର ଫଳାଫଳ ଗୋଟେ କଥା କୁହାଯାଇପାରେ ଯେ ବିଭିନ୍ନ ଆଂଚଳିକ ଦଳଗୁଡିକ ବିଜେପି ସହ କଡ଼ା ଟକ୍କର ଦେଇଛନ୍ତି । ତେଣୁ ଏକଥା ଆକଳନ କରାଯାଇପାରେ କି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିରୋଧୀଦଳଗୁଡିକ ଏକାଠି ହେଉଥିବାବେଳେ ଉପନିର୍ବାଚନ ଫଳାଫଳ ବୁଷ୍ଟର ଡୋଜ ହୋଇପାରେ ।
Follow Us