ନିୟମଗିରିରେ ପଶିଲା ମହାମାରୀ କରୋନା । ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ, ସଚେତନ ନକଲେ ବ୍ୟାପିଯିବା ଆଶଙ୍କା

188

କନକ ବ୍ୟୁରୋ : ନିୟମଗିରି ଡଙ୍ଗରିଆଙ୍କୁ କରୋନା । ସପ୍ତାହକ ମଧ୍ୟରେ ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ । ସାରାବିଶ୍ୱରରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଥିବାବେଳେ ବର୍ତମାନ ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କୁ ଆକ୍ରାନ୍ତ କରିଛି ଏହି ଭୂତାଣୁ ।
ଗୋଟିଏ ସପ୍ତାହରେ ୬ଜଣ ପଜିଟିଭ୍ ଚିହ୍ନଟ ହେବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଦୁଇ ଜଣ ପୁରୁଷଙ୍କ ସହ ଚାରି ଜଣ ଡଙ୍ଗରିଆ ମହିଳା କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ସଂଗରୋଧରେ ଅଛନ୍ତି । ତେବେ ଏମାନଙ୍କର ଚଳିବା ପାଇଁ ଘରେ ସେଭଳି ସୁବିଧା ନଥିବାରୁ ଗୋଟିଏ ବଖରାରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଚଳୁଥିବା ଜଣାପଡିଛି । ଡଙ୍ଗରିଆମାନେ ମୁଖ୍ୟତଃ ଚେରମୂଳି ଉପରେ ବିଶ୍ୱାସ କରି ଚଳୁଥିବାରୁ ଏମାନଙ୍କ ମଧ୍ୟରେ କରୋନା ବ୍ୟାପିଲେ ରୋକିବା କଷ୍ଟକର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।