କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ତେବେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିଛି ବୁଥରେ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଥିବା ବେଳେ ବାକି ସବୁ ସ୍ଥାନମାନଙ୍କରେ ଭୋଟର ମାନେ ବେଶ ଉତ୍ସାହର ସହ ମତଦାନ କରୁଛନ୍ତି । ପ୍ରତି ବୁଥରେ ଭୋଟରଙ୍କ ଭିଡ ଦେଖିବାକୁ ମିଳୁଛି । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟିଂ ହେଉଥିବା ବେଳେ ଭୋଟର ମଧ୍ୟ ବେଶ ଉତ୍ସାହର ସହ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଉଛନ୍ତି ।

Advertisment

publive-image

ଭୋଟ ଗ୍ରହଣ ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ନିଘଣ୍ଟ ରହିଥିବା ବେଳେ ଦିନ ୯ଟା ସୁଦ୍ଧା ରାଜ୍ୟରେ ୬ପ୍ରତିଶତ ଭୋଟଗ୍ରହଣ କରାଯାଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସେହିଭଳି ପୁରୀରେ ୭ପ୍ରତିଶତ, ଢେଙ୍କାନାଳରେ ୭ପ୍ରତିଶତ ମତଦାନ ହୋଇଥିବା ବେଳେ ସମ୍ବଲପୁରରେ ୮ପ୍ରତିଶତ, କଟକରେ ୭ ପ୍ରତିଶତ ଏବଂ ଭୁବନେଶ୍ୱରରେ ୪ ପ୍ରତିଶତ ମତଦାନ ହୋଇଛି ।

publive-image

ଆଜି ସକାଳୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟରେ ମୋଟ ୧୦ ହଜାର ୪୬୪ ବୁଥରେ ଚାଲିଛି ମତଦାନ। ତୃତୀୟ ପର୍ଯ୍ୟାୟ ଲୋକସଭା ପାଇଁ ମୋଟ୍ ୬୧ ଜଣ ପ୍ରାର୍ଥୀ ଓ ବିଧାନସଭା ପାଇଁ ୩୬୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର। ଏହି ନିର୍ବାଚନରେ ୬୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ ଜାତୀୟ ଦଳର, ୬ ଜଣ ରାଜ୍ୟସ୍ତରୀୟ ଦଳର, ୨୭ ଜଣ ଅନ୍ୟାନ୍ୟ ଦଳର ହୋଇଥିବା ବେଳେ ୯ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୩୬୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୧୮ ଜଣ ପୁରୁଷ, ୩୭ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ଏହି ନିର୍ବାଚନରେ ୩୬୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ଜାତୀୟ ଦଳର, ୪୨ ଜଣ ରାଜ୍ୟସ୍ତରୀୟ ଦଳର, ୯୦ ଜଣ ଅନ୍ୟାନ୍ୟ ଦଳର ହୋଇଥିବା ବେଳେ ୧୦୩ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।