କ୍ରସ ପେୟାରିଂ ଭୋଟିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୬ ନିର୍ବାଚନ ଅଧିକାରୀଙ୍କୁ ନିଲମ୍ବନ କଲେ ବରଗଡ ଜିଲ୍ଲାପାଳ

Advertisment
କ୍ରସ ପେୟାରିଂ ଭୋଟିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୬ ନିର୍ବାଚନ ଅଧିକାରୀଙ୍କୁ ନିଲମ୍ବନ କଲେ ବରଗଡ ଜିଲ୍ଲାପାଳ

କନକ ବ୍ୟୁରୋ : ଇଭିଏମ ଓ ଭିଭିପ୍ୟାଟରେ ସମସ୍ୟା ଯୋଗୁଁ ମତଦାନ ହୋଇପାରିନଥିବା ବୁଥ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବିତ ହେଲେ ୬ ନିର୍ବାଚନ ଅଧିକାରୀ । ବରଗଡରେ କ୍ରସ ପେୟାରିଂ ଭୋଟିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ବରଗଡ ଜିଲ୍ଲା ୬ ଜଣ ପ୍ରିଜାଇଡିଂ ଅଫିସର ଓ ସେକ୍ଟର ଅଫିସରଙ୍କୁ ନିଲମ୍ବନ କରିଛନ୍ତି । ବରଗଡ ଜିଲ୍ଲା ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ୬୮ ବୁଥ୍, ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩୫ ନମ୍ବର ଓ ଡଭାର ୧୬ ନମ୍ବର ବୁଥରେ କ୍ରସ ପେୟାରିଂ ଯୋଗୁଁ ମତଦାନ ହୋଇ ପାରିନଥିବାବେଳେ ସାନି ମତଦାନ ପାଇଁ ସୁପାରିଶ କରାଯାଇଛି ।

publive-image

ସୂଚନାଯୋଗ୍ୟ, ନିଲମ୍ବିତ ହୋଇଥିବା ୬ଜଣ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ପ୍ରିଜାଇଡିଂ ଅଫିସର ଥିବାବେଳେ ୩ଜଣ ସେକ୍ଟର ଅଫିସର ଅଛନ୍ତି। ସେମାନେ ହେଲେ ୧୧୫ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ ଓ ୧୧୬ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ। ଏମାନଙ୍କ ବ୍ୟତୀତ ଅନ୍ୟ ୪ଜଣଙ୍କ ହେଲେ ୬୮ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ୬୮ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ। ସେହିପରି ଦାୟିତ୍ୱରେ ଅବହେଳା କରିଥିବା ୨୩୫ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ ୨୩୫ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀଙ୍କୁ ବି ବରଗଡ଼ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସକାଳ ୬ରୁ ଭୋଟଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଶାନ୍ତିଶୃ ଙ୍ଖଳାରେ ଭୋଟଦାନ ଚାଲିଥିବାବେଳେ ବରଗଡ଼ ପୌରାଞ୍ଚଳ ଶକ୍ତି ନଗର ବୁଥରେ ଅର୍ଥାତ ଓ୍ଵାର୍ଡ ନମ୍ବର ୬ରେ ଇଭିଏମ୍ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା। ଭୋଟର ଅଭିଯୋଗ କରିଥିଲେ କି ବିଧାନସଭା ଲାଗି ମତଦେଲେ ତାହା ଲୋକସଭା ପ୍ରାର୍ଥୀଙ୍କୁ ଚାଲିଯାଉଛି। ଏହାକୁ ନେଇ ଭୋଟର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଘଟଣାରେ ଆଜି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବରଗଡ଼ ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe