ପୋଲିସ ମାଡରେ ବ୍ୟବସାୟୀଙ୍କ ମୃତ୍ୟୁ । ଅଭିଯୋଗ ପରେ ନିଲମ୍ବିତ ହେଲେ ୬ ପୋଲିସ କର୍ମଚାରୀ ।

160

କନକ ବ୍ୟୁରୋ : ପୋଲିସ ମାଡରେ ବ୍ୟବସାୟୀଙ୍କ ମୃତ୍ୟୁ । ରାତିଅଧିଆ ଚେକିଙ୍ଗ ଆଳରେ ହୋଟେଲ ରୁମକୁ ପସିଥିଲା ପୋଲିସ । ସେହି ସମୟରେ ବ୍ୟବସାୟୀ ଜଣକ ଇଏ କଣ ଚେକିଙ୍ଗର ଠିକ ସମୟ ବୋଲି ପଚାରିଥିଲେ । ଏତିକି ପଚାରିବାରୁ ପୋଲିସ ତାଙ୍କୁ ଅକଥନୀୟ ମାଡ ମାରିଥିଲା । ଫଳରେ ବ୍ୟବସାୟୀର ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଗୋରଖୁପୁର ଜିଲ୍ଲାରେ ।

କାନପୁର ସହରର ମନିଷ ଗୁପ୍ତା ନାମକ ବ୍ୟବସାୟୀ କୋଣସି ଏକ କାମରେ ଗୋରଖପୁର ଆସିଥିଲେ । ମନିଷ ଦୁଇ ଜଣ ବନ୍ଧୁଙ୍କ ସହ ରାତ୍ରିଯାପନ ପାଇଁ ସେଠାରେ ଏକ ହୋଟେଲ ରୁମ ବୁକ କରିଥିଲେ । ତେବେ ରାତି ଅଧିଆ ରାମଗଡତାଲ ପୋଲିସ ସେଠାେରେ ଚେଙ୍କିଙ୍ଗ ପାଇଁ ପହଞ୍ଚିଥିଲା ଏବଂ ଚେକିଙ୍ଗ ସମୟରେ ପରିଚୟ ପତ୍ର ଦେଖାଇବାକୁ କହିଥିଲା । ତେବେ ଇଏ କଣ ଚେକିଙ୍ଗର ଠିକ ସମୟ ବୋଲି ପଚାରିଥିଲେ ମନିଷ । ଆଉ ଏତିକିରେ ପୋଲିସ କର୍ମୀ ଉତକ୍ଷିପ୍ତ ହୋଇ ମାଡ ମାରିଥିଲେ ।

ପୋଲିସ ମାଡରେ ବ୍ୟବସାୟୀଙ୍କ ଅବସ୍ଥା ଗୁୁରୁତର ହୋଇପଡିଥିବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମାଡରେ ମନିଷ ଗୁପ୍ତାଙ୍କ ମୃତ୍ୟୁ ହେବା ପରେ ଘଟଣାକୁ ନେଇ ଗୋରଖପୁରରେ ଉତେଜନା ଦେଖିବାକୁ ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ପୋଲିସ କର୍ମୀଙ୍କୁ ନିଳମ୍ବନ କରାଯାଇଥିବା ସୁଚନା ମିଳିଛି । ସେପଟେ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ପୀଡିତ ପରିବାରକୁ ଭେଟିଛନ୍ତି । ମନିଷଙ୍କ ଝିଅର ସମସ୍ତ ପଢା ଖର୍ଚ୍ଚ ବହନ କରିବା ସହ ପତ୍ନି ମୀନାକ୍ଷିକୁ ସରକାରୀ ଚାକିରୀ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ଯୋଗୀ ।