ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ : କଟକଣା ଜାରି କଲେ ମହାରାଷ୍ଟ୍ର ସରକାର

127

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଓ ସଂକ୍ରମିତ ଦେଶରୁ ଫେରିଥିବା ୬ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କଟକଣା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ‘ଆଟ୍ ରିସ୍କ ବା ପ୍ରଭାବିତ’ ଦେଶରୁ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଂଟାଇନରେ ରହିବାକୁ ପଡ଼ିବ । ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପ୍ରାଥମିକତା ଆଧାରରେ ବିମାନରୁ ବାହାର କରାଯିବ । ସେମାନଙ୍କ ଯାଂଚ ପାଇଁ ଏମ୍ଆଏଏଲ ଓ ଏୟାରପୋର୍ଟ ଅଥରିଟି ଦ୍ୱାରା ଅଲଗା କାଉଂଟରର ବ୍ୟବସ୍ଥା ହେବ ।

ସମସ୍ତ ଯାତ୍ରୀଙ୍କୁ ୭ ଦିନ କ୍ୱାରେଂଟାଇନରେ ରଖାଯିବା ସହ ଦ୍ୱିତୀୟ, ଚତୁର୍ଥ ଓ ସପ୍ତମ ଦିନରେ ଆରଟିପିସିଆର ଟେଷ୍ଟ କରାଯିବ । ଏହି ସମୟରେ ଯଦି କୌଣସି ଯାତ୍ରୀ ପଜିଟିଭ୍ ଚିହ୍ନଟ ହୁଅନ୍ତି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ । ମୁମ୍ବାଇ, କଲ୍ୟାଣ, ପୁନେରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ଉପରେ ସତର୍କ ନଜର ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ପଜିଟିଭ ଚିହ୍ନଟ ୬ ଜଣଙ୍କ ନମୁନାକୁ ଜେନମ ସ୍ୱିକେନ୍ସ ପାଇଁ ପଠାଯାଇଛି ।