ଗୁଜରାଟରେ ୪୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ୬ ପାକିସ୍ତାନୀ ନାଗରିକଙ୍କୁ ଗିରଫ କଲା ଏନସିବି ଓ ଗୁଜରାଟ ଏଟିଏସ ।

105

କନକ ବ୍ୟୁରୋ: ଗୁଜରାଟର ପୋରବନ୍ଦର ନିକଟରେ ୪୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ଏଥିସହ ଜବତ ହୋଇଥିବା ଡଂଗାରେ ଥିବା ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ବା ଏନସିବି, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍ର ଅଧିକାରୀମାନେ ଏହି ଡ୍ରଗ୍ସ ଜବତ କରିଛନ୍ତି । ଗତକାଲି ରାତିରେ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରିପଡିଛନ୍ତି । ଗୁଜରାଟ ଏଟିଏସ କହିଛି, ଗିରଫ ୬ ଜଣ ପାକିସ୍ତାନ ନାଗରିକ । ଭାରତୀୟ ଡଙ୍ଗା ବ୍ୟବହାର କରି ଦିଲ୍ଲୀ ଓ ପଞ୍ଜାବରେ ଡ୍ରଗ୍ସ ଚୋରା ଚାଲାଣ କରିବାକୁ ଚେଷ୍ଟା କରିବାକୁ ଲକ୍ଷ୍ୟ ରଖିଥିଲେ । ମାସକ ମଧ୍ୟରେ ଗୁଜୁରାଟର ଉପକୂଳରୁ ଦ୍ୱିତୀୟ ବଡ଼ ଡ୍ରଗ୍ସ ସାମଗ୍ରୀ ଜବତ ହୋଇଛି ।

ଗତ ଫେବ୍ରୁଆରି ୨୮ ତାରିଖରେ ଗୁଜରାଟ ଉପକୂଳରୁ ସନ୍ଦିଗ୍ଧ ପାକିସ୍ତାନୀ କ୍ରୁ ମେମ୍ବରଙ୍କ ଦ୍ୱାରା ପରିଚାଳିତ ଏକ ଡଙ୍ଗାରୁ ଅତି ୩ ହଜାର ୩୦୦ କେଜି ଡ୍ରଗ୍ସ ଜବତ କରାଯାଇଥିଲା । ଯାହାର ଅନ୍ତର୍ଜାତିକ ବଜାର ମୂଲ୍ୟ ୨ ହଜାର କୋଟି ଟଙ୍କାରୁ ଅଧିକ ଥିଲା । ଭାରତୀୟ ତଟରକ୍ଷୀ ବାହିନୀ ପୂର୍ବରୁ ସମୁଦ୍ରରେ ବିଭିନ୍ନ ଅପରେସନ କରି କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି ।