କନକ ବ୍ୟୁରୋ: ବ୍ରିକ୍ସକୁ ୬ ନୂଆ ଦେଶର ସଦସ୍ୟତା ମିଳି ସାରିଛି । ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଓ ସାଉଦି ଆରବକୁ ବ୍ରିକ୍ସରେ ସାମିଲ କରାଯାଇଛି । ଜୋହାନସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ତମ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋସାଏହା ଘୋଷଣା କରିଛନ୍ତି । ବ୍ରିକ୍ସରେ ଏବେ ୫ ଦେଶ 'ବି'ରେ ବ୍ରାଜିଲ, 'ଆର'ରେ ଋଷ, 'ଆଇ'ରେ ଇଣ୍ଡିଆ, 'ସି'ରେ ଚୀନ ଓ 'ଏସ'ରେ ସାଉଥ ଆଫ୍ରିକା ସାମିଲ ଥିଲେ । ଏବେ ୬ ଦେଶ ନୂଆ ସାମିଲ ହେବା ପରେ ଏହାର ସଦସ୍ୟ ସଂଖ୍ୟା ୧୧ରେ ପହଞ୍ଚିଛିଯିବ ।
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କହିଛନ୍ତି କି, ବିସ୍ତାର ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟରେ ଆମର ସହମତି ଅଛି, ଏହାର ଅନ୍ୟ ପର୍ଯ୍ୟାୟ ପରେ ଅଛି । ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଓ ସାଉଦି ଆରବକୁ ସଦସ୍ୟତା ପାଇଁ ନିମନ୍ତ୍ରିତ କରାଯାଇଛି । ତାଙ୍କର ସଦସ୍ୟତା ୧ ଜାନୁଆରୀ ୨୦୨୪ରୁ ଲାଗୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2023/08/im-840331-1.jpg)