ଛତିଶଗଡରେ ଯବାନଙ୍କ ଗୁଳିରେ ୬ ମାଓବାଦୀ ନିପାତ । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ମହିଳା ମାଓବାଦୀ, ବାସାଗୁଡାସ ଜଙ୍ଗଲରେ ଚାଲିଛି ଗୁଳି ବିନିମୟ । 

Advertisment
ଛତିଶଗଡରେ ଯବାନଙ୍କ ଗୁଳିରେ ୬ ମାଓବାଦୀ ନିପାତ । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ମହିଳା ମାଓବାଦୀ, ବାସାଗୁଡାସ ଜଙ୍ଗଲରେ ଚାଲିଛି ଗୁଳି ବିନିମୟ । 

କନକ ବ୍ୟୁରୋ : ଛତିଶଗଡରେ ଯବାନଙ୍କ ଗୁଳିରେ ୬ ମାଓବାଦୀ ମୃତ । ମୃତ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଥିବା ସୂଚନା । ବିଜାପୁର-ସୁକମା ସୀମାରେ ଗୁଳିବିନିମୟ । ବାସାଗୁଡାସ ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

ସିଆରପିଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ ଗତକାଲି ଠାରୁ ଅପରେସନ ଆରମ୍ଭ ହୋଇଛି । ୩ ଗ୍ରାମବାସୀଙ୍କୁ ହତ୍ୟା ପରେ ଜୋରଦାର ହୋଇଛି ଅପରେସନ । ଗତକାଲି ମାଓବାଦୀ ବିଜାପୁର-ସୁକମା ସୀମାରେ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe