କନକ ବ୍ୟୁରୋ : ଛତିଶଗଡରେ ଯବାନଙ୍କ ଗୁଳିରେ ୬ ମାଓବାଦୀ ମୃତ । ମୃତ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଥିବା ସୂଚନା । ବିଜାପୁର-ସୁକମା ସୀମାରେ ଗୁଳିବିନିମୟ । ବାସାଗୁଡାସ ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।
ସିଆରପିଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ ଗତକାଲି ଠାରୁ ଅପରେସନ ଆରମ୍ଭ ହୋଇଛି । ୩ ଗ୍ରାମବାସୀଙ୍କୁ ହତ୍ୟା ପରେ ଜୋରଦାର ହୋଇଛି ଅପରେସନ । ଗତକାଲି ମାଓବାଦୀ ବିଜାପୁର-ସୁକମା ସୀମାରେ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/4-32.jpg)