ନୂଆ ପିଢ଼ୀର ଜଳ ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ୫୦ ହଜାର କୋଟିର ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ : ନିର୍ମାଣ ହେବ ଆଉ ୬ଟି ଯୁଦ୍ଧ ଜାହାଜ

147

କନକ ବ୍ୟୁରୋ : ଭାରତୀୟ ନୌସେନାର ବଢ଼ିବ ଶକ୍ତି । ନିର୍ମାଣ ହେବ ଆଉ ୬ଟି ଯୁଦ୍ଧ ଜଳ ଜାହାଜ । ଏଥିପାଇଁ ମିଳିଲା ଅନୁମତି । ଶେଷରେ ୫୦ ହଜାର କୋଟି ବ୍ୟୟ ଅଟକଳରେ ୬ ଟି ନୂଆ ପୀଢିର ଜଳ ଜାହାଜ ପ୍ରସ୍ତୁତି ପାଇଁ ସହମତି ଦେଇଛନ୍ତି ଭାରତ ସରକାର । ମେକ୍ ଇନ ଇଣ୍ଡିଆ ଅଭିଯାନ ଅନ୍ତର୍ଗତଏହି ଯୁଦ୍ଧ ଜଳ ଜାହାଜ ଭାରତର ନୌ-ସେନାକୁ ଆହୁରି ସୁଦୃଢ଼ କରିବ । ସମୁଦ୍ର ଭିତରେ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ଏହି ଜଳ ଜାହାଜ ।

କେନ୍ଦ୍ର ସରକାର ମେକ୍-ଇନ୍-ଇଣ୍ଡିଆ ପ୍ଲାଟଫର୍ମ ଅନ୍ତର୍ଗତ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ମେ ୨୦୧୭ରେ ରଣନୀତି ସହଭାଗୀତା ନୀତିର ଘୋଷଣା କରିଥିଲେ । ଏହି ପଲିସି ଅନ୍ତର୍ଗତ ପ୍ରଥମ ପ୍ରୋଜେକ୍ଟ ଭାବେ ଭାରତ ପ୍ରସ୍ତୁତ କରିବାକୁ ଯାଉଛି ୬ଟି ନୂଆ ପିଢିର ଯୁଦ୍ଧ ଜଳଜାହାଜ । ଏଥିପାଇଁ ବିଦେଶୀ କମ୍ପାନୀ ଗୁଡିକର ସାହାଯ୍ୟ ମଧ୍ୟ ନିଆଯିବ ବୋଲି ରକ୍ଷାମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ସରକାରୀ ସ୍ତରର ଡିଫେନ୍ସ ସିପୟାର୍ଡ ମାଜଗନ ଡକ୍ସ ଏବଂ ଘରୋଇ କମ୍ପାନୀ ସିପ ବିଲ୍ଡର୍ସକୁ ‘ପ୍ରୋଜେକ୍ଟ- ସେଭେଂଟି ଫାଇବ୍ ଇଣ୍ଡିଆ’ କାମ ଦିଆଯାଇ ପାରେ ବୋଲି ସୂଚନା ମିଳିଛି ।