ମହାମାରୀକୁ ମାତ୍ ଦେଲା ୬ ମାସର ଶିଶୁ । 

Advertisment
ମହାମାରୀକୁ ମାତ୍ ଦେଲା ୬ ମାସର ଶିଶୁ । 

କନକ ବ୍ୟୁରୋ :  କରୋନା ସଂକ୍ରମଣ ହେତୁ ଦେଶରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଲୋକଙ୍କ ମନରେ ଏକ ପ୍ରକାର ଭୟ ଖେଳି ଯାଇଛି। ପିଲାଙ୍କ ଠାରୁ  ବୃଦ୍ଧ କେହି ବି ଏହି କରୋନା ପ୍ରକୋପରୁ ବଞ୍ଚି ପାରୁ ନାହାନ୍ତି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଏଭଳି ସ୍ଥଳେ ବିଶେଷଜ୍ଞମାନେ ବାରମ୍ବାର ଲୋକମାନଙ୍କୁ ସଚେତନ କରି କହୁଛନ୍ତି, ଭୟ କରନ୍ତୁ ନାହିଁ। ଦୃଢ଼ତାର ସହ ଏହି କରୋନା ଯୁଦ୍ଧରେ ଲଢ଼ନ୍ତୁ। କୋଭିଡ-୧୯ ନିୟମର କଡ଼ାକଡ଼ି ପାଳନ କରନ୍ତୁ। ମାସ୍କକୁ ବାଧ୍ୟତାମୂଳକ ଭାବେ ପିନ୍ଧନ୍ତୁ। ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ଜରୁରୀ ନଥିଲେ ବାହାରକୁ ବାହାରନ୍ତୁ ନାହିଁ। ଏହି ନିୟମ ଯଦି ସଠିକ ଭାବେ ପାଳନ କରିବ ତେବେ ଆମେ ଖୁବ୍ ଶୀଘ୍ର ଏହି କରୋନା ଯୁଦ୍ଧରେ ବିଜୟ ହେବା।

ନିକଟରେ ୬ମାସର ଶିଶୁ କରୋନାକୁ ହରାଇଛି। ଯାହାକି ଏଭଳି ଦୁଃଖ ସମୟରେ ଏକ ଖୁସି ଖବର ଆସିଛି ବୋଲି କୁହାଯାଉଛି।  ଏଭଳି ବିପଦ ସମୟରେ ଏହି ଖବର ମନକୁ ଆଶ୍ବସ୍ତି ଦେଉଛି। ଗ୍ରେଟର ନୋଏଡାର ଗୌର ସିଟିରେ ରହୁଥିବା ଅର୍ଜୁନ ଗୁପ୍ତା କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ୬ମାସ ଶିଶୁ ଓ ସ୍ତ୍ରୀ ସମେତ ପରିବାରର ଅନ୍ୟମାନଙ୍କର ବି କରୋନା ରିପୋର୍ଟ ପଜିଟିଭ ଆସିଥିଲା।

ସମସ୍ତ ପରିବାର କରୋନା ନିୟମ ପାଳନ କରିବା ସହିତ ପୌଷ୍ଟିକ ଆହାର ଖାଇଥିଲେ। ଏଥିସହିତ ଶିଶୁର ବି ସଠିକ ଯତ୍ନ ନିଆଯାଇଥିଲା। ଫଳରେ ଆଜି ଗୁପ୍ତା ପରିବାର କରୋନାକୁ ହରାଇ ଦେଇଛନ୍ତି। ସବୁଠୁ ବଡ କଥା ହେଲା ୬ ମାସର ଶିଶୁ ମଧ୍ୟ ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe