କନକ ବ୍ୟୁରୋ: ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ । ବଢିଲା ଯାଜପୁର ଟ୍ରେନ ଅଘଟଣର ମୃତ୍ୟୁ ସଂଖ୍ୟା । ପ୍ରାଥମିକ ପର୍ଯ୍ୟାୟରେ ଟ୍ରେନରେ କଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ଏବେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାଜପୁର ରୋଡ୍ ଷ୍ଟେସନରେ ଟ୍ରେନ ଧାରଣାରେ କଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ବର୍ଷା, ପବନରୁ ରକ୍ଷା ପାଇଁ ଟ୍ରେନ ତଳେ ଆଶ୍ରୟ ନେଇଥିବା ବେଳେ ଏ ଅଘଟଣ ଘଟିଛି । ହଠାତ୍ ଟ୍ରେନ ଛାଡି ଦେବାରୁ ଆଉ ଜମା ବାହାରକୁ ଆସି ପାରିଲେନି । ତେବେ ଟ୍ରେନଟି ସେଫଟି ଲାଇନରେ ବହୁଦିନ ହେବ ଛିଡା ହୋଇଥିଲା ଆଉ ଆଜି ହଠାତ ଗଡିବାରୁ ୬ ଜଣଙ୍କ ମୁଣ୍ଡ ନେଇଗଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/47-1.jpg)
/kanak/media/post_attachments/wp-content/uploads/2023/06/48-1.jpg)