ବ୍ରହ୍ମପୁରରେ କାରରୁ ମିଳିଲା ବିପୁଳ ପରିମାଣର ସୁନା: ସନ୍ଦେହ ଜନକ ଭାବେ ଚାଲାଣ ହେଉଥିବା ୬କିଲୋ ସୁନା, ୨୩୯ କେଜି ରୁପା ଜବତ, ୩ ଗିରଫ

ତାମିଲନାଡୁରୁ ଆସୁଥିବା ବ୍ରହ୍ମପୁର

184

କନକ ବ୍ୟୁରୋ: ବ୍ରହ୍ମପୁରରେ ବେଆନ ଚାଲାଣ ବେଳେ ବିପୁଳ ପରିମାଣର ସୁନା ଓ ରୁପା ଜବତ କରିଛି ପୁଲିସ । ବେଆଇନ ଭାବେ ୬ କିଲୋରୁ ଅଧିକ ସୁନା ଓ ୨୩୯ କିଲୋଗ୍ରାମ ରୁପା ଜବତ କରିଛି ଗୋଷାଣୀ ନୂଆଗାଁ ଥାନା ପୁଲିସ । ସୁନା ଓ ରୁପା ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ତାମିଲନାଡୁର ଏହି ବିପୁଳ ପରିମାଣର ସୁନା ଓ ରୁପା ବ୍ରହ୍ମପୁରକୁ ଆସୁଥିବା ବେଳେ ପୁଲିସ ହାତରେ ଧରାପଡିଛି ।

କିଏ ଏତେ ପରିମାଣର ସୁନା ଆଣୁଥିଲା, କେଉଁମାନଙ୍କ ସଂପୃକ୍ତି ରହିଛି, ବ୍ରହ୍ମପୁର ପହଂଚିବା ପରେ ଅନ୍ୟ କେଉଁ ସ୍ଥାନକୁ ଚାଲାଣ ହେବାର ଥିଲା କି, ଏସବୁ ପ୍ରଶ୍ନର ଉତର ଖୋଜୁଛି ପୁଲିସ । ଗିରଫ ତିନି ଜଣ ଅଭିଯୁକ୍ତଙ୍କୁ ପଚରା ଉଚରା କରି ସନ୍ଦେହଜନକ ସୁନା, ରୁପା ଚାଲାଣର ଅଧିକ ତଥ୍ୟ ହାସଲ କରିବାକୁ ଗୋଷାଣୀ ନୂଆଗାଁ ଥାନା ପୁଲିସ ଉଦ୍ୟମ କରୁଛି ।

ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ଗୋସାଇଁ ନୂଆଗାଁ ଥାନା ପୁଲିସ ଅନ୍ଧପସରା ରୋଡ଼ରେ ବ୍ଲକିଂ କରୁଥିଲା। ଏହି ସମୟରେ ହଳଦିଆପଦର ଓଭର୍‌ ବ୍ରିଜ୍‌ ଦେଇ ଏକ କାର୍‌ ବ୍ରହ୍ମପୁର ସହରକୁ ପ୍ରବେଶ କରିଥିଲା। ପୁଲିସ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ପରେ ଗାଡ଼ିରୁ ବିଭିନ୍ନ ବ୍ୟାଗ୍‌ରେ ଭର୍ତ୍ତି ଥିବା ସୁନା, ଗହଣା ମିଳିଥିଲା। କାର୍‌ରେ ବସିଥିବା ୩ଜଣ ଯୁବକ ଗହଣାର କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ପୁଲିସକୁ ସନ୍ଦେହ ହୋଇଥିଲା। ପୁଲିସ ସେଗୁଡ଼ିକ ଜବତ କରିଥିଲା। ଯୁବକମାନେ ତାମିଲନାଡ଼ୁରୁ ଆସୁଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ତେବେ ଏମାନେ କେଉଁ ବ୍ୟବସାୟୀଙ୍କ ନିକଟକୁ ଏତେ ପରିମାଣ ଗହଣା ନେଇ ଯାଉଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ସେ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।