ବାଳ ସୁଧାର ଗୃହରୁ ୬ନାବାଳକ ଚମ୍ପଟ । ଫେରାର ନେଇ ବୈଦନାଥପୁର ଥାନାରେ ଏତଲା

130

କନକ ବ୍ୟୁରୋ :  ବିଳମ୍ବିତ ରାତିରେ ଗ୍ରିଲ ତାଡି ବାଳସୁଧାର ଗୃହରୁ ଚମ୍ପଟ ମାରିଲେ ୬ ଜଣ ଅନ୍ତେବାସୀ । ବ୍ରହ୍ମପୁରରେ ଥିବା ବାଳସୁଧାର ଗୃହରେ ଗତକାଲି ରାତିରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ବାଳସୁଧାର ଗୃହରୁ ବିଳମ୍ବିତ ରାତ୍ରି ପ୍ରାୟ ୨ଟା ବେଳେ ୬ ଜଣ ଅନ୍ତେବାସୀ ଚମ୍ପଟ ମାରି କୁଆଡେ ପଳାଇଛନ୍ତି । ବିଳମ୍ବିତ ରାତିରେ ରାତ୍ରି ଜଗୁଆଳି ଯେତେବେଳେ ଏହି ୬ ଜଣ ରହୁଥିବା କୋଠରୀରେ କେହି ନଥିବାର ଦେଖିଥିଲେ ସେ ତୁରନ୍ତ ସୁପରିଟେଣ୍ଡେଣ୍ଟ ପି.ରମେଶ ରାଓଙ୍କୁ ସୂଚନା ଦେଇଥିଲେ । ଏହା ପରେ ସୁପରିଟେଣ୍ଡେଣ୍ଟ ଆଜି ବୈଦ୍ୟନାଥପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

ଫେରାର ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ପୁରୀରୁ ଜଣେ ଥିବାବେଳେ ବ୍ରହ୍ମପୁରରୁ ଜଣେ, କୋରାପୁଟର ୨ ଜଣ ଓ ଗଜପତି ଜଣେ ଅନ୍ତେବାସୀ ରହିଛନ୍ତି । ବିଭିନ୍ନ ପ୍ରକାରର ଅପରାଧ କରି ଏମାନେ ବାଳସୁଧାର ଗୃହରେ ଥିବାବେଳେ ଖବର ପାଇ ବୈଦ୍ୟନାଥପୁର ପୁଲିସ ତନାଘନା ଆରମ୍ଭ କରିଛି । ତେବେ ବାରମ୍ବାର ଅନ୍ତେବାସୀମାନେ ଚମ୍ପଟ ମାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଥାଉ କି ଗତବର୍ଷ ମଧ୍ୟ ଏହି ବାଳସୁଧାର ଗୃହରୁ ୭ ଜଣ ଚମ୍ପଟ ମାରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରାଯାଇଥିବାବେଳେ ୩ ଜଣ ଏବେ ବି ଫେରାର ଅଛନ୍ତି ।