କନକ ବ୍ୟୁରୋ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା ହୁମାନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଞ୍ଜ ୨୦୨୩’ ପାଇଁ ଭାରତରୁ ୬ ଜଣ ଛାତ୍ର ମନୋନୀତ ହୋଇଛନ୍ତି । ‘ୟଙ୍ଗ୍ ଟିଙ୍କର ଏଜୁକେଶନାଲ ଫାଉଁଡେସନ’ରୁ ଏହି ୬ ଜଣ ପିଲା ମନୋନୀତ ହୋଇଛନ୍ତି । ଏମାନଙ୍କର ବୟସ ୧୪ରୁ ୧୮ ବର୍ଷ ମଧ୍ୟରେ ।

Advertisment

ସବୁଠୁ ବଡ କଥା ହେଉଛି ୬ ଛାତ୍ରଙ୍କ ମଧ୍ୟରୁ ଅଛନ୍ତି ତିନି ଓଡ଼ିଆ ଛାତ୍ର । ସେମାନେ ହେଲେ ବାସୁଦେବ ଭୋଇ, ଓମ ପାଢି, ଆକାକ୍ଷା ଦାସ । ବାସୁଦେବଙ୍କ ଘର କଟକ ବରାଳ ଅଂଚଳର । ଏହି ଛାତ୍ରମାନେ ହୁମାନ ପାୱାର ରୋଭର ଭେଇକିଲ ଉପରେ ଏକ ପ୍ରସ୍ତାବ ନାସାକୁ ଦେଇଥିଲେ । ଯାହାକୁ ନାସା ଚୟନ କରିବା ସହ ସେମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ୬ ଜଣିଆ ଏହି ଟିମ୍ ଡଜାଇନିଂ, ମେଟେରିଆଲ ଟେଷ୍ଟିଂ, ହୁମାନ ପାୱାର ରୋଭର ଭେଇକିଲ ନିର୍ମାଣ ଉପରେ କାର୍ଯ୍ୟ କରୁଛନ୍ତି ।

ସେମାନଙ୍କ ମଧ୍ୟରୁ କିଛି ଛାତ୍ର ଯେଉଁମାନେ ନିଜ ଗାଁରୁ ବାହାରକୁ ଯାଇନଥିଲେ, ସେମାନେ ସିଧାସଳଖ ଆମେରିକାର ଆଲବାମାକୁ ଯିବାକୁ ପ୍ରସ୍ତୁତ ହୋଇଇନ୍ତି । ଏହି ହୁମାନ ପାୱାର ରୋଭର ଭେଇକିଲ ମଙ୍ଗଳଗ୍ରହ ଏବଂ ଚନ୍ଦ୍ରକୁ ଯିବ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସବୁଠୁ ଭଲ ରୋଭର ଗାଡି ମଙ୍ଗଳଗ୍ରହ ଓ ଚନ୍ଦ୍ରକୁ ଯିବା ପାଇଁ ଚୟନ କରାଯିବ । ଏହି ରୋଭର ସେଠାକୁ ଯାଇ ମଙ୍ଗଳଗ୍ରହ ଓ ଚନ୍ଦ୍ରର ବିଭିନ୍ନ ପ୍ରକାରର ମାଟିର ନମୂନା ସଂଗ୍ରହ କରିବା, ଏହି ଚ୍ୟାଲେଞ୍ଜର ଏକ ଟାସ୍କ ରହିଛି ।