ବନ୍ୟା ସ୍ଥିତି ମୁକାବିଲା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ : ୬ ଜିଲ୍ଲାର ସ୍ଥିତି ପରଖିବେ ଏହି ୬ ଆଇଏଏସ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଦିଆଗଲା ଦାୟିତ୍ୱ

572

କନକ ବ୍ୟୁରୋ : ବନ୍ୟା ସ୍ଥିତିର ତଦାରଖ ପାଇଁ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନର୍ଦ୍ଦେଶକ୍ରମେ ଅଧିକାରୀଙ୍କୁ ଏହି ସ୍ୱତନ୍ତ୍ର ଦାୟିତ୍ୱ ମିଳିଛି ।

ଆଇଏଏସ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ଡିକେ ସିଂଙ୍କୁ କଟକ, ରାଜସ୍ୱ ସଚିବ ବିଷ୍ଣୁ ପ୍ରସାଦ ସେଠୀଙ୍କୁ ଭଦ୍ରକ, ବିଶାଳ ଦେବଙ୍କୁ ବାଲେଶ୍ୱର, ବୀର ବିକ୍ରମ ଯାଦବଙ୍କୁ ଯାଜପୁର , ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର , କେନ୍ଦ୍ରାଂଚଳ ଆରଡିସିଙ୍କୁ ମିଳିଛି ପୁରୀ ଜିଲ୍ଲାର ଦାୟିତ୍ୱ । ଏହି ଅଧିକାରୀ ତୁରନ୍ତ ଜିଲ୍ଲା ଗସ୍ତ କରି ବନ୍ୟା ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି ।

ସେପଟେ ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଉପକୂଳ ଜିଲ୍ଲା ଗୁଡିକରେ ବନ୍ୟା ଆଶଙ୍କା ରହିଛି । ଶେଷ ଖବର ସୁଦ୍ଧା ହୀରାକୁଦ ୪୪ଟି ଗେଟ୍ ଖୋଲିଛି । ଏହି ବନ୍ୟା ଜଳ ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ମୁଣ୍ଡଳିରେ ପହଁଚିବ । ଏହି ସମୟରେ ମୁଣ୍ଡଳିରେ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେବ । ଏହି ଦୃଷ୍ଟିରୁ ସମସ୍ତ ଜିଲ୍ଲାଗୁଡିକୁ ଆଲର୍ଟ କରାଯାଇଛି ।

ବୈତରଣୀ ଆଖୁଆପଦା ଠାରେ ବିପଦସଂକେତ ଉପରେ ପ୍ରବାହିତ ହେଉଛି । ତେବେ ଅନ୍ୟ ନଦୀର ଜଳସ୍ତର କମିବାରେ ଲାଗିଛି । ବନ୍ୟା ଦ୍ୱାରା ରାଜ୍ୟରେ ମୋଟ୍ ୨୬ଟି ଘାଇ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲାର ସର୍ବାଧିକ ଘାଇ ସୃଷ୍ଟି ହୋଇଛି ବରୀ ବ୍ଲକରେ । ଅନ୍ୟ ୪୮ଟି ସ୍ଥାନରେ ଯେଉଁଠାରେ