ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଘରୋଇ ଉପଚାର : ପିଅନ୍ତୁ ଏହି ୬ଟି ସ୍ୱାସ୍ଥ୍ୟକର ପାନୀୟ

Advertisment
ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଘରୋଇ ଉପଚାର : ପିଅନ୍ତୁ ଏହି ୬ଟି ସ୍ୱାସ୍ଥ୍ୟକର ପାନୀୟ

source : NDTV Food

ଭାରତରେ ପ୍ରତି ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହାଇପର୍ ଟେନ୍ସନ୍ ବା ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇଥିବା କଥା କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ୨୦୧୭ ରିପୋର୍ଟରେ ପ୍ରକାଶ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରି ରଖିବାକୁ ଔଷଧ ଖାଇବାକୁ ପଡ଼ିଥାଏ। ତା’ସହ ଖାଦ୍ୟପାନୀୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହୁଏ। ଏଥିପାଇଁ ଡାକ୍ତରମାନେ ଦେଉଥିବା ସାଧାରଣ ଉପଦେଶ ହେଉଛି, ଲୁଣ, ତେଲ ଆଦି ଖାଇବା କମ୍ କରନ୍ତୁ ଓ ପନିପରିବା ଅଧିକ ଖାଆନ୍ତୁ। ଏ ସବୁ ବାଦ ରକ୍ତଚାପ ଏବଂ ହୃଦରୋଗ ଭୋଗୁଥିବା ଲୋକଙ୍କ ପାଇଁ କିଛି ପାନୀୟ ମଧ୍ୟ ରହିଛି। ଏହି ପାନୀୟ ଗ୍ରହଣ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ଆପଲ୍ ସାଇଡର୍ ଭିନେଗାର୍ : ପଟାସିୟମ୍ ଭରି ରହିଥିବାରୁ ଆପଲ୍ ସାଇଡର୍ ଭିନେଗାର୍ ଦେହରୁ ବଳକା ସୋଡିୟମ୍ ଏବଂ ବ୍ୟାକ୍ଟେରିଆ ବିଷ ବାହାର କରିଦିଏ। ଏଥିରେ ଥିବା ରେନିନ୍ ନାମକ ଏଞ୍ଜାଇମ୍ ହିଁ ରକ୍ତଚାପ କମାଇବାରେ ସହାୟକ ହୋଇଥାଏ। ସକାଳୁ ଗିଲାସେ ପାଣିରେ ଆପଲ୍ ସାଇଡର୍ ଭିନେଗାର୍ ସହ ଟିକେ ମହୁ ମିଶାଇ ପିଇଲେ ଉପଶମ ମିଳିଥାଏ।

କାଗେଜି ଲେମ୍ବୁ ପାଣି : ପ୍ରତ୍ୟେହ ସକାଳୁ ଗିଲାସେ କାଗେଜି ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। କାଗେଜି ଲେମ୍ବୁ ପାଣି ଶରୀରର କୋଷିକା ଶୋଧନ କରିଥାଏ। ଏହା ବାଦ୍ ରକ୍ତବାହୀ ନଳୀଗୁଡ଼ିକୁ ଏହା କୋମଳ ଓ ନମନୀୟ କରି ରକ୍ତଚାପ ହ୍ରାସ କରିଥାଏ। କାଗେଜି ପାଣିରେ ଭିଟାମିନ୍ ସି ଥିବାରୁ ଏହା ଦେହରୁ ବିକୃତ ଜୀବକୋଷ ନିଷ୍କାସନ କରିଥାଏ।

ମେଥିପାଣି : ମେଥିପାଣିରେ ତନ୍ତୁର ପରିମାଣ ଅଧିକ ଥିବାରୁ ଏହା ରକ୍ତଚାପ ନିୟନ୍ତ୍ରଣ କରେ। ଦୈନିକ ସକାଳୁ ଖାଲି ପେଟରେ ଗିଲାସେ ମେଥିପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ ଦମନ କରିହେବ।

ଚିଆମଞ୍ଜି ପାଣି : ଚିଆମଞ୍ଚିରେ ବହୁ ପରିମାଣର ଓମେଗା-ଥ୍ରି ଫ୍ୟାଟି ଏସିଡ୍ ଥିବାରୁ ଏହା ରକ୍ତକୁ ପତଳା କରିବା ସହ ଉଚ୍ଚ ରକ୍ତଚାପ କମାଇ ଥାଏ। ଚିଆମଞ୍ଜିକୁ ଅଧଘଣ୍ଟାଏ ପାଣିରେ ତିନ୍ତାଇ ସେହି ପାଣିକୁ ପିଅନ୍ତୁ। ଏମିତି ଉପାୟରେ ମାସେ ଯାଏଁ ଚିଆ ପାଣି ପିଇଲେ ଉପକାର ଜାଣି ପାରିବେ।

ଚର୍ବିରହିତ ଦୁଗ୍ଧ : ଚର୍ବିରହିତ ଦୁଗ୍ଧ ଦେହକୁ ପଟାସିୟମ୍ ଏବଂ କାଲସିୟମ୍ ଯୋଗାଏ। ଏ ଦୁଇ ଉପାଦାନ ଉଚିତ୍ ମାତ୍ରାରେ ରକ୍ତଚାପ ବଜାୟ ରଖିଥାଏ। ଚର୍ବି ନିଷ୍କାସିତ ନ ହୋଇ ଥିବା ଦୁଗ୍ଧ ରେ ପାଲମାଟିକ୍ ଏସିଡର ମାତ୍ରା ଥିବାରୁ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତି ପାନ କରିବା ଉଚିତ ନୁହେଁ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ ପାନୀୟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe