ଧରାପଡିଲେ ୬ ଛେଳି ଚୋର । ଜଟଣୀ ଅଂଚଳରୁ ୧୫୧ ଛେଳି ଉଦ୍ଧାର, ଅଭିଯୁକ୍ତଙ୍କ ନିକଟରୁ ୩ ବାଇକ, ୫ ମୋବାଇଲ ଓ ୨ଟି ଖଣ୍ଡା ଜବତ

455

କନକ ବ୍ୟୁରୋ :  ଧରାପଡିଲେ ୬ ଛେଳି ଚୋର । ଛେଳି ଚୋରି ଘଟଣାରେ ୬ ଜଣ ଗିରଫ । ଜଟଣୀ ଅଂଚଳରୁ ୧୫୧ ଛେଳି ଉଦ୍ଧାର ସହ ୨ ଅଭିଯୁକ୍ତ ଗିରଫ । ବେଣାପଞ୍ଜରିରୁ ୨, ରଣପୁରରୁ ଜଣେ ଓ ଅଣ୍ଡାଗାଁରୁ ଜଣେ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ୩ ବାଇକ୍, ୫ ମୋବାଇଲ୍ ଓ ୨ ଟି ଖଣ୍ଡା ଜବତ କରିଛି ପୋଲିସ୍ । ଭଞ୍ଜନଗର,ବେଲଗୁଂଠା, ଜଗନ୍ନାଥ ପ୍ରସାଦ ପୋଲିସ ମିଳିତ ଚଢ଼ାଉ କରି ଏହି ସଫଳତା ପାଇଛନ୍ତି ।

ବନ୍ଧୁକ ମୁନରେ ଭଂଜନଗର ଜଗନ୍ନାଥପ୍ରସାଦ ବ୍ଲକ, ବଡଗାଁରୁ ଛେଳି ଚୋରି କରି ନେଇଥିଲେ ଦୁବୃର୍ତ । ଗତ ଗୁରୁବାର ରାତିରେ ଅଭିଯୁକ୍ତମାନେ ଦାମି ସ୍କର୍ପିଓ ଗାଡିରେ ଆସି ଛେଳି ଚୋରି କରି ନେଇଥିଲେ । ଏପରିକି ଗୋଟିଏ ଗାଡିକୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ହେଲେ ଛେଳି ଚୋର ମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଏତଲା ହୋଇଥିଲା ।