ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ । ଗଂଜାମରୁ ୩, କେନ୍ଦ୍ରାପଡା, ରାୟଗଡା ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି

ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ । ଗଂଜାମରୁ ୩, କେନ୍ଦ୍ରାପଡା, ରାୟଗଡା ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନାର ପ୍ରକୋପ । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୫୨୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କୋଭିଡ-୧୯ ମହାମାରୀରେ ଶିକାର ହୋଇ ୬ ଜଣ ଙ୍କର ମୃତ୍ୟୁ ଘଟିଛି । ତେବେ ଆଜି ମୃତ୍ୟୁବରଣ କରିଥିବା ୬ ମୃତକଙ୍କ ମଧ୍ୟରେ କେବଳ ଗଂଜାମରୁ ୩ ଜଣ ହୋଇଥିବା ବେଳେ କେନ୍ଦ୍ରାପଡା, ରାୟଗଡା ଏବଂ ଖୋର୍ଧା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । କେବଳ ଗଂଜାମରେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି ।

publive-image

ଅନ୍ୟପଟେ,  ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ୫୨୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ଗଂଜାମ ଜିଲ୍ଲାରୁ ୨୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧, ବାଲେଶ୍ୱରରୁ ୨୬, ବରଗଡରୁ ୧, ଭଦ୍ରକରୁ ୨, ବଲାଙ୍ଗିରରୁ ୨୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୭, ଢେଙ୍କାନାଳରୁ ୧, ଗଜପତିରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୨୫, ଝାରସୁଗୁଡାରୁ ୪, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୭, ଖୋର୍ଧାରୁ ୫୦, କୋରାପୁଟରୁ ୬, ମାଲକାନଗିରିରୁ ୩, ମୟୂରଭଂଜରୁ ୧୦, ନବରଙ୍ଗପୁରରୁ ୩, ନୟାଗଡରୁ ୧୮, ପୁରୀରୁ ୧୬, ରାୟଗଡାରୁ ୧, ସମ୍ବଲପୁରରୁ ୧, ସାଲେପୁର ୫ ଏବଂ ସୁନ୍ଦରଗଡରୁ ୭୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାଜ୍ୟରେ ୩ ହଜାର ୮୬୦ ଆକ୍ଟିଭ୍ କେସ୍ ରହିଛନ୍ତି । ଚିକିତ୍ସା ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ୬ ହଜାର ୭୦୩ ଜଣ ଫେରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe