କନକବ୍ୟୁରୋ:ଦୁର୍ଘଟଣା କେତେବେଳେ ଆସିଯାଏ ତାହା କେହିବି ଜାଣିନଥାନ୍ତି । ବେଳେବେଳେ ସାରା ପରିବାର ଉଜାଡି ଦିଏ ତ କେତେବେଳେ ସର୍ବହରା କରିଦିଏ । ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା ଠାରେ । ଚାଲିଥିଲା ବିବାହ ଶୋଭାଯାତ୍ରା ।
କେହି କିଛି ଜାଣିବା ଆଗରୁ ହଠାତ ଘଟିଯାଇଥିଲା ଦୁର୍ଘଟଣା । ସୁଚନା ଅନୁଯାୟୀ ସିଲିଣ୍ଡରରେ ଡିଜେଲ ନିଁଆ ଲାଗି ବିସ୍ଫୋରଣ ହୋଇଥିଲା । ବାହାଘର ଶୋଭାଯାତ୍ରା ଖୁସି ମନାଇ ଲୋକେ ବାଣ ଫୁଟାଇ ଚାଲିଥିଲେ । ସେହି ସମୟରେ ଘଟିଥିଲା ଘଟଣା । ଏଥିରେ ଗୋଟିଏ ପରିବାର ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ତିନିଜଣ ଶିଶୁ ତିନିଜଣ ବୟସ୍କ ବ୍ୟକ୍ତି ଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/fire-2.jpg)