କନକ ବ୍ୟୁରୋ : ଆକାଶରୁ ଖସିଲା ମୃତ୍ୟୁ। ପୁଣି ବଜ୍ରାଘାତରେ ଗଲା ଜୀବନ। ଆଜି ରାଜ୍ୟର ବିଭିନ୍ନ ଜାଗାରେ ବଜ୍ରାଘାତ ଘଟି ୬ ଜଣଙ୍କ ଜୀବନ ଯାଇଛି। ଭଦ୍ରକ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ଭଦ୍ରକ ଅଗରପଡ଼ାରେ ଭଗାରାମରେ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବନ୍ତ ବ୍ଲକ ଚାରିଗାଁରେ ଜଣେ ଯୁବକଙ୍କ ବିଜ୍ରପାତରେ ଜୀବନ ଯାଇଛି। ସେହିପରି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପଦୁନା ଗାଁରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୀଳଗିରି ଓଲଡଙ୍ଗରେ ଜଣଙ୍କର ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ବେଳେ ବିଜୁଳି ଆଘାତ ଲାଗିଥିଲା। ସେହିପରି ଢେଙ୍କାନାଳ ଜିଲ୍ଲା କାମକ୍ଷାନଗରରେ କାନୁଅ ଗାଁରେ ଜଣଙ୍କର ଜୀବନ ଯାଇଛି। କେନ୍ଦ୍ରାପଡ଼ାର ଆଏବା ଗାଁରେ ବି ବଜ୍ରପାତ ଜଣଙ୍କ ଜୀବନ ନେଇଛି। ସମ୍ବଲପୁର ମାନେଶ୍ବର ବ୍ଲକ ତବଲା ଗାଁରେ ବଜ୍ରାଘାତରେ ୩ ଜଣ ଗୁରୁତର ହୋଇଛନ୍ତି। ଲଗାତର ୩ ଦିନ ହେଲା ବଜ୍ରଘାତରେ ରାଜ୍ୟରେ ଜୀବନହାନୀ ଘଟୁଛି, ଯାହା ଚିନ୍ତା ବଢ଼ାଇଛି।
ପୁଣି ବଜ୍ରପାତରେ ଗଲା ଜୀବନ । ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ
/kanak/media/post_attachments/wp-content/uploads/2024/08/60-3.jpg)