କନକ ବ୍ୟୁରୋ: ଶିବ ମନ୍ଦିରରୁ ଶ୍ମଶାନ ଯାତ୍ରା । ଜାଗରରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ପ୍ରାଣ ହରାଇଲେ ଗୋଟିଏ ପରିବାରର ୬ ଜଣ । ପବିତ୍ର ମହାଶିବରାତ୍ରୀ ପାଇଁ ମହାଦେବଙ୍କ ଦର୍ଶନ ସାରି ଫେରିବା ବେଳେ ଆଖିବୁଜିଲେ ସମସ୍ତେ । ତେବେ ବରଗଡ ନୃସିଂହନାଥ ମନ୍ଦିରରେ ଦର୍ଶନ କରି ଆସିବା ବେଳେ ଛତିଶଗଡରୁ ଆସିଥିବା ପରିବାରଙ୍କ ସହ ଅଘଟଣ ଘଟିଛି ।
ତେବେ ନୂଆପଡା ସୁନସୁନିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା କାର୍ । ଦୁର୍ଘଟଣାରେ ଜଣେ ନାବାଳକ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଜାଗର ପାଇଁ ବରଗଡ ନୃସିଂହନାଥ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତ ସମସ୍ତ ବ୍ୟକ୍ତି ପଡୋଶୀ ଛତିଶଗଡ ରାଜ୍ୟ ମହାସମୁନ ଅଞ୍ଚଳର ବୋଲି ଜଣାପଡିଛି ।
Follow Us
/kanak/media/post_attachments/wp-content/uploads/2022/03/WhatsApp-Image-2022-03-01-at-4.50.16-PM-1024x461.jpeg)