ବିବାହରେ ଯୋଗ ଦେବାରୁ ଯାଉଥିବା ବେଳେ ଦୁର୍ଘଟଣା : କୂଅରେ ପଡ଼ି ଜୀବନ ହାରିଲେ ୬ ଜଣ

270

କନକ ବ୍ୟୁରୋ : ମଧ୍ୟପ୍ରଦେଶର ତ୍ରିପୁରାରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀକୁ ନେଇ ଯାଉଥିବା ଏକ ବୋଲେରୋଟି ଭାରସାମ୍ୟ ହରାଇ କୂଅ ଭିତରରେ ପଡିଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଚାଳକ ସମେତ ୬ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ଚରଖାରି ଥାନା ଶ୍ୱାସା ଗାଁର ବାସିନ୍ଦା ଥିବା ବେଳେ ସେମାନଙ୍କ ନାମ ପରମଲାଲ, ଆମନା, ହରପ୍ରସାଦ, ଭୈୟାଲାଲ, ଛତ୍ରପାଳ ସିଂହ, ପନବାଡି ବୋଲି ଜଣାପଡ଼ିଛି । ସେହିପରି ୩ଜଣ ଆହତଙ୍କ ମଧ୍ୟରେ କମଳ ଅହିରଓ୍ବାର, ମଥୁରା ଅହିରଓ୍ବାର, ରାମ ରତନ ରହିଛନ୍ତି ।

ଏହି ଭୟାବହ ଦୁର୍ଘଟଣା ସମ୍ପର୍କରେ ମହାରାଜପୁର ଥାନା ପ୍ରଭାରୀ କହିଛନ୍ତି, ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଖ୍ବାସା ମାଫ୍ ଗାଁର ଲଖନ ଅହିରଓ୍ବାରଙ୍କ ପୁଅ ମନୋଜ ଅହିରଓ୍ବାରଙ୍କ ବାହାଘର ଥିଲା । ବରଯାତ୍ରୀ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଦିଓ୍ବାନ ଜି ପୁରଭା ଗାଁକୁ ଯାଉଥିଲେ । ଗାଁର ଛତ୍ରପାଲ ସିଂଙ୍କ ପୁଅ ବିରେନ୍ଦ୍ର ସିଂ ନିଜ ଗାଡି ସହିତ ଏକ ବୋଲେରୋରେ ବରଯାତ୍ରୀଙ୍କ ସହିତ ଯାଉଥିଲେ।

କାରରେ ପ୍ରାୟ ୯ ଜଣ ବରଯାତ୍ରୀ ଥିଲେ। ରାତିରେ ଫେରିବା ବେଳେ ଗାଡି ଏକ ଖୋଲା କୂଅ ଭିତରେ ଖସି ପଡିଥିଲା । ଯାହାଫଳରେ ଡ୍ରାଇଭରଙ୍କ ସମତେ ୯ଜଣ କୂଅ ଭିତରେ ପଡିଯାଇଥିଲେ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।