କନକ ବ୍ୟୁରୋ : ମେଘାଳୟରେ ବଡ ଧରଣର ବସ୍ ଦୁର୍ଘଟଣା । ୨୧ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀ ଭିତରକୁ ଖସିପଡିଥିଲା । ନଂଗଚାରମ ପୋଲରେ ଘଟିଥିବା ଦୁର୍ଘଟଣାରେ ଏବେ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଯାତ୍ରୀଙ୍କୁ ନେଇ ଶିଂଲ ଯାଉଥିବା ସମୟରେ ବସଟି ରିଙ୍ଗଡି ନଦୀ ଭିତରକୁ ଓଲଟିପଡିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ ବସଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ନଦୀ ଭିତରକୁ ଖସିପଡିଥିଲା ।
ସେପଟେ ବାଂସାୱାଡ ଡ୍ୟାମରୁ ପାଣି ଛଡା ଯିବା ପରେ ନିକଟରେ ଥିବା ଗାଁରେ ବନ୍ୟା ଦେଖାଦେଇଛି । ଏହି ଦୃଶ୍ୟ ହେଉଛି ଡ୍ୟାମ ନିକଟରେ ଥିବା ସଙ୍ଗମେଶ୍ୱର ମନ୍ଦିରର । ବନ୍ୟାପାଣି ଯୋଗୁଁ ବୁଡିଯାଇଛି ମନ୍ଦିର । ଦୃଶ୍ୟ ଦେଖିଲେ ଲାଗୁଛି କୌଣସି ନଦୀ ଭିତରେ ସତେ ଯେମିତି ମନ୍ଦିର ଛିଡା ହୋଇଛି । ସ୍ଥାନୀୟ ଅଂଚଳରେ ବନ୍ୟାର ପ୍ରଖର ସ୍ରୋତ ଯୋଗୁଁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ସେପଟେ ଡଙ୍ଗା ସାହାର୍ଯ୍ୟରେ ମନ୍ଦିର ନିକଟରେ ପହଁଚି କିଛି ଲୋକ ମହାଦେବଙ୍କ ଦର୍ଶନ ମଧ୍ୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/41-9.jpg)