ଭଦ୍ରକରେ ମଦ ନେଲା ୬ ଜୀବନ: ବିଷାକ୍ତ ମଦ ପିଇ ତିହିଡିରେ ୪ ଓ ଚାନ୍ଦବାଲିରେ ୨ ଜଣଙ୍କ ମୃତ୍ୟୁ,୨୮ରୁ ଅଧିକ ଗୁରୁତର

258

କନକ ବ୍ୟୁରୋ: ମଦ ନେଲା ୬ ଜୀବନ । ଭଦ୍ରକ ତିହିଡିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାନ୍ଦବାଲିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ୨୮ରୁ ଅଧିକ ଜଣଙ୍କୁ ଭର୍ତି କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଗତକାଲି ରାତିରେ ତିହିଡି ଥାନା ଅନ୍ତର୍ଗତ ପିରାହାଟ ଦୌଲତପୁର ଗ୍ରାମରେ ବିଷାକ୍ତ ମଦ ପିଇଥିଲେ କିଛି ଲୋକ । ସେମାନଙ୍କ ମଧ୍ୟରୁ ରାମଚନ୍ଦ୍ର ପଢିଆରୀ, ସାଧୁଚରଣ ନାୟକ, ସର୍ବେଶ୍ୱର ଦାସ ଓ ଶଙ୍କର୍ଷଣ ଦାସଙ୍କ ମୃତ୍ୟୁ ହୋଇଛି । ୨୮ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

ସେମାନଙ୍କ ମଧ୍ୟରୁ କୁନା ଜେନା, ବାଇଧର ନାୟକଙ୍କ ଅବସ୍ଥା ଅଧିକ ଗୁରୁତର ହେବାକୁ ସେମାନଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ତେବେ ଭଦ୍ରକ ଜିଲ୍ଲାରେ ନିର୍ବାଚନ ବେଳେ ସମସ୍ତ ମଦ ଦୋକାନ ସିଲ୍ ଥିଲା । କିଏ କେଉଁଠାରୁ ଏହି ବିଷାକ୍ତ ମଦ ଆଣି ବିକ୍ରି କରିଛି ସେ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।