କନକ ବ୍ୟୁରୋ : କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଅଚାନକ ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବାରମ୍ବାର ଅଭିଯୋଗ ପରେ ହଠାତ ପହଞ୍ଚିଥିଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ପରିଦର୍ଶନ ସମୟରେ ଡାକ୍ତରଖାନାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ କ୍ଷୁବ୍ଧ ହୋଇ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ ।

Advertisment

ଏହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ପରିମଳ ବ୍ୟବସ୍ଥା ନେଇ ଟିକନିକ ତନଖି କରିଛନ୍ତି । ଏବଂ ପରିମଳ ଅବ୍ୟବସ୍ଥାକୁ ନେଇ ସମ୍ପୃକ୍ତ ଠିକା ସଂସ୍ଥାକୁ ନୋଟିସ କରିବା ସହ ୬ଜଣ ସଫେଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ଏହି ସମୟରେ ଡାକ୍ତରଖାନାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସହ ଡାକ୍ତର ଅଭାବ ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଖୁବଶୀଘ୍ର ଡାକ୍ତର ଅଭାବ ସମସ୍ୟା ଦୂର କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।