ହରିଆଣା ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ଓଲଟିପଡିବାରୁ ୬ ଛୋଟ ପିଲାଙ୍କ ମୃତ୍ୟୁ

230

କନକ ବ୍ୟୁରୋ: ସକାଳେ ସ୍କୁଲ ବସ୍ ଓଲଟିବାରୁ ବଡ ଦୁର୍ଘଟଣା । ୬ ଛୋଟ ପିଲାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦ରୁ ଅଧିକ ଆହତ ହୋଇଛନ୍ତି । ହରିଆଣାର ନରନୌଲ ନିକଟସ୍ଥ ଉନହନି ଗାଁରେ ଏହି ଦୁର୍ଘଟଣା ଘଟିଛି । ବସ ଚାଳକ ଜଣଙ୍କ ମଦ ପିଇଥିବା ଜଣାପଡିଛି । ଭାରସାମ୍ୟ ହରାଇବାରୁ ଏଭଳି ଏକ ଦୁର୍ଘଟଣା ଘଟିଛି । ବସ ଚାଳକ ଏବେ ଗିରଫ ହୋଇଛନ୍ତି । ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ ବସ ଡ୍ରାଇଭର ଜଣଙ୍କ ମଦ ପିଇବା ସହିତ ବେପରୁଆ ଭାବେ ଗାଡି ଚଳାଉଥିଲେ । ଏବେ ଗିରଫ ହେବା ପରେ ସଂପୃକ୍ତ ଡ୍ରାଇଭରଙ୍କ ମେଡିକାଲ ପରୀକ୍ଷା ହେବ । ଏହାପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି ।