ବିହାର ଅରରିୟାରେ ଭୟାବହ ଅଗ୍ନିକାଣ୍ଡ । ଭୂଷା ଘରେ ନିଆଁ ଲାଗି ୬ ଶିଶୁ ମୃତ୍ୟୁ

76

କନକ ବ୍ୟୁରୋ : ବିହାର ଅରରିୟାରେ ଭୟାବହ ଅଗ୍ନିକାଣ୍ଡ । ମକା ଗୋଦାମରେ ନିଆଁ ଲାଗିଯିବା ଫଳରେ ନିଆଁରେ ପୋଡି ହୋଇ ୬ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି ମକା ଗାଁରେ ଥିବା ମକା ଗୋଦାମ ନିକଟରେ କିିଛି ପିଲା ଖେଳୁଥିଲେ । ଠିକ୍ ଏହି ସମୟରେ ଗୋଦାମଘରେ ନିଆଁ ଲାଗିଯିବାରୁ ପିଲାମାନେ ସେଠାରେ ଫସି ଯାଇଥିଲେ । ଏହାଦେଖି ଗାଁ ଲୋକମାନେ ଯେତେ ଚେଷ୍ଟା କଲେ ବି ନିଆଁ ଭିତରୁ ପିଲାମାନଙ୍କୁ ଉଦ୍ଧାର କରିପାରି ନଥିଲେ । ନିଆଁରେ ଫସି ଯାଇଥିବା ୬ ଜଣ ଯାକ ପିଲା ପୋଡି ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ସହ ପିଲାମାନଙ୍କର ମୃତଦେହ ଉଦ୍ଧାର କରି ତାହାକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ନିଆଁରେ ପୋଡି ମୃତ୍ୟୁ ବରଣ କରିଥିବା ସମସ୍ତ ପିଲା ମାନଙ୍କର ବୟସ ୨ ରୁ ୫ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ହେଲେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।