କନକ ବ୍ୟୁରୋ : ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟ । ୭ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟିନେଲେ ଦୁବୃର୍ତ୍ତ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ସାଦନପଡ଼ାରେ ଘଟିଛି ଏହି ଘଟଣା । ରାତିରେ ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରେ ୬ ଜଣ ଦୁବୃର୍ତ୍ତ ପଶିଥିବା ସୂଚନା ରହିଛି । ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ କରିଥିଲେ ।
ଘରେ ବ୍ୟବସାୟୀ ବିନୟ ନଥିବା ବେଳେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଘରର ସମସ୍ତ ଆସବାବ ପତ୍ର ଓ ଲକର ଖୋଲି ଟଙ୍କା, ସୁନା ଗହଣା, ରୂପା ଲୁଟି ନେଇଛନ୍ତି । ଅଭିଯୋଗ ପରେ ଘଟଣା ସ୍ଥଳରେ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏକ ବଡ଼ ଚୋର ଗ୍ୟାଙ୍ଗ ଏଥିରେ ସାମିଲ ଥିବା ସୂଚନା ରହିଛି ।