Indian youths showing their mark after voting in the General Elections in India. This mark is an indication that the person has cast it's Vote
କନକ ବ୍ୟୁରୋ: ଆଜି ଭୋଟ୍ ଦେଉଛି ଓଡିଶା । ଓଡିଶାର ୫ ସଂସଦୀୟ କ୍ଷେତ୍ର ସହ ଆଜି ୩୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ମିଳିଥିବା ସୂଚନା ମୁତାବକ, ସକାଳ ୯ଟା ସୁଦ୍ଧା ମୋଟ ୬.୯୯ ପ୍ରତିଶତ ଭୋଟ୍ ପଡିଛି । ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ପଡିଛି । ଏହାସହ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହେଇଛି । ଏହାସହ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ସକାଳ ୯ଟା ସୁଦ୍ଧା ୪.୮୯ ପ୍ରତିଶତ ମତଦାନ ହେଇଥିବା ନେଇ ସୂଚନା ମିଳିଛି ।
Follow Us