କନକ ବ୍ୟୁରୋ : ମରକ୍କୋରେ ଜୋରଦାର ଭୂମିକମ୍ପ ଦେଖିବାକୁ ମିିଳିଛି । ୟୁଏସ ଜିଓଲୋଜିକାଲ ମୁତାବକ ଶୁକ୍ରବାର ମଧ୍ୟରାତ୍ରରେ ୬.୮ ମାଗ୍ନିଚ୍ୟୁଡ ଭୂକମ୍ପରେ ଦକ୍ଷିଣ-ପଶ୍ଚିମ ମରାକେଶ, ମରକ୍କୋ ଓ ଡାକଝୋରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଭୂମିକମ୍ପ ରାତି ୧୧.୧୧ ଟାରେ ମାରକେଶର ଠରୁ ୭୧ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମରେ ୧୮.୫ କିଲୋମିଟର ଗଭୀରତାରୁ ଆସିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୬୩୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ମରକ୍କୋର ଗୃହମନ୍ତ୍ରୀ ସୂଚନା ଦେଇଥିଲେ କି ଏହି ଭୂକମ୍ପ ଫଳରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

Advertisment

ସୂତ୍ର ସୂଚନା ମୁତାବକ ରାଜଧାନୀ ସ୍ୱାତରୁ ୩୨୦ କିଲୋମିଟର ଦୂର ଦକ୍ଷିଣ ପର୍ଯ୍ୟଟକ ସହର ମାରାକେଚ୍ ଅଞ୍ଚଳରେ ୨୭ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦକ୍ଷିଣ ଓରଜାଜେଟ ଅଞ୍ଚଳରେ ୪ଜଣଙ୍କର ମୃତ୍ୟୁ ହୋଇଛି ।

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓ ମୁତାବକ ଭୂକମ୍ପ ଝଟକାରେ ବଡ ବଡ କୋଠାଘର ଭୁଷୁଡି ପଡିଛି । ୨୦୦୪ ମସିହାରେ ପୂର୍ବ ମରକ୍କୋରେ ହୋଇଥିବା ଭୂକମ୍ପରେ ମଧ୍ୟ ୬୨୮ଜଣଙ୍କର ମୃତ୍ୟୁ ହୋଇଥିଲା । ହେଲେ ୧୯୮୦ ମସିହାରେ ପଡୋଶୀ ଓଲ୍ଜରିୟା ଠାରେ ହୋଇଥିବା ଭୂକମ୍ପ ଇତିହାସରେ ସବୁଠାରୁ ବଡ ବିନାଶକାରୀ ଭୂକମ୍ପ ଥିଲା । ଏଥିରେ ପାଖାପାଖି ୨୫ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା ।