ପିଓକେରେ ବଡ ବଦଲା: ଇଟାର ଜବାବ ପଥରରେ ଦେଲା ଭାରତ । ୧୦ ଆତଙ୍କୀଙ୍କ ମୁଣ୍ଡ ଗଡାଇ ଯବାନଙ୍କ ବଳିଦାନର ବଦଲା ନେଲା ସେନା

855

କନକ ବ୍ୟୁରୋ: ପୁଣି ପାକିସ୍ତାନକୁ ପାନେ ଚଖାଇଛି ଭାରତ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ ଜବାବ ଦେଇଛି ଭାରତ । ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ୧୦ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏଥିସହ ଭାରତର ଜବାବି ହମଲାରେ ୬ରୁ ୧୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସେନାମୁଖ୍ୟ ବିପିନ ରାୱତ ।

ତେବେ ପିଓକେରେ କଡା କାର୍ଯ୍ୟାନୁଷ୍ଠାନ ନେଇ ସେନାମୁଖ୍ୟ ସୂଚନା ଦେବା ବେଳେ ଆତଙ୍କବାଦୀଙ୍କ ୪ଟି କ୍ୟାମ୍ପ ଭାରତୀୟ ସେନା ଧ୍ୱଂସ କରିଥିବା କହିଛନ୍ତି । ଅଥମୁକମ, ଜୁରା, କୁନ୍ଦଲସାହୀ ଅଞ୍ଚଳରେ ଧ୍ୱଂସ ଫଳରେ ଅନେକ ଆତଙ୍କୀ ମରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ପାକିସ୍ତାନ ଆଗକୁ ଏଭଳି ଦୁଃସାହସ କଲେ ତାର କଡା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ରାୱତ । ସେପଟେ ଅନୁପ୍ରବେଶ ପାଇଁ ଘାଟିରେ ଆତଙ୍କବାଦୀ ଡ୍ରୋନ ବ୍ୟବହାର କରୁଛନ୍ତି । ଆଜି ସୀମାରେ ଅସ୍ତ୍ରବିରତି ଫଳରେ ୨ ଭାରତୀୟ ଯବାନ ସହିଦ ହୋଇଥିଲେ । ଯାହାର ବଦଲା ନେଇଛି ଭାରତ ।