ମହାନଦୀ ଗର୍ଭରେ ୫ଶହ ବର୍ଷ ପୁରୁଣା ମନ୍ଦିର ଠାବ ଘଟଣା : ପୁନରୁଦ୍ଧାର ଓ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିଲେଖିଲେ ଧର୍ମେନ୍ଦ୍ର ପ୍ରଧାନ; ଏଏସଆଇକୁ ମନ୍ଦିର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେବାକୁ କଲେ ଅନୁରୋଧ

512

କନକ ବ୍ୟୁରୋ : ନୟାଗଡର ମହାନଦୀ ଗର୍ଭରେ ଠାବ ହୋଇଥିବା ୫ ଶହ ବର୍ଷ ତଳ ମନ୍ଦିରର ପୁନଃରୁଦ୍ଧାର ଓ ସ୍ଥାନାନ୍ତରଣ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ଦିରର ପୁନଃଉଦ୍ଧାର ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଏଏସାଇକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ସେ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି, ନୟାଗଡ ଜିଲ୍ଲା ମହାନଦୀରେ ୫ ଶହ ବର୍ଷ ତଳର ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି ।

ଇନଟାକ୍ ଏହି ମନ୍ଦିରର ସର୍ବେକ୍ଷଣ କରୁଥିବାବେଳେ ଏହାର ଐତିହାସିକ ମହତ୍ୱ ବି ରହିଛି । ତେଣୁ ଶୀଘ୍ର ଏହି ମନ୍ଦିରର ଅଜ୍ଞାତ ଇତିହାସ, ସଂସ୍କୃତି ଓ ଧାର୍ମିକ ମହତ୍ୱକୁ ଧ୍ୟାନରେ ରଖି ଶୀଘ୍ର ଏହାର ପୁନଃଉଦ୍ଧାର ଓ ସ୍ଥାନାନ୍ତରଣ କରାଯାଉ ।