କନକ ବ୍ୟୁରୋ : ଆଜି ଉତ୍ତରପ୍ରଦେଶରେ ୫ମ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ୧୧ ଜିଲ୍ଲାର ୫୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବାଛିବେ ଭୋଟର । ୫୧ ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ୬୦୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧କୋଟି ୮୧ ଲକ୍ଷ ଭୋଟର । ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ କରାଯିବ । ତେବେ ଏଥର ରାହୁଲଙ୍କ ଗଡ ଅମେଠିରେ ନିର୍ବାଚନ ହେଉଥିବାରୁ ସମସ୍ତଙ୍କର ଏହି ଆସନ ଉପରେ ନଜର ରହିଛି ।ଅନ୍ୟପଟେ ମତଦାନର ଦିନକ ଆଗରୁ ନେପାଳ ସୀମାରେ ଥିବା ସମ୍ବେଦନଶୀଳ ଅଚଂଳରେ ସୁରକ୍ଷାକର୍ମୀ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।
ଜନସଭାରେ ୟୁପି ଜନତାଙ୍କୁ ସର୍ତକବାଣୀ ଶୁଣାଇଛନ୍ତି ଅଖିଳେଶ । ବିଜେପି-ବିଏସପି ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି । ତେଣୁ ଦୁଇଦଳଙ୍କୁ ଭୋଟ ନଦେଇ ୟୁପିର ବିକାଶ ପାଇଁ ସପାର ସାଥ୍ ଦିଅନ୍ତୁ ବୋଲି ସେ ଅପିଲ କରିଛନ୍ତି । ଅନ୍ୟପଟେ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ଅଖିଳେଶ କଟାକ୍ଷ କରିଛନ୍ତି । ଅଖିଲେଶ କହିଛନ୍ତି ଯେ ମାୟାବତୀ ଭାଷଣ ଦେବାବେଳେ ଶ୍ରୋତା ଶୋଇପଡୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-27-07h57m55s042.png)