କନକ ବ୍ୟୁରୋ: ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼ଲାଇନ୍ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ତଥା ଅନନ୍ୟ ଫ୍ରୋଜନ ଫୁଡ୍ସ ଉଦ୍ୟୋଗର ଏକ ନୂଆ ଆଉଟ୍ଲେଟ୍ କଟକ ସ୍ଥିତ ବାଲିକୁଦା ଠାରେ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଥିଲେ ହକି ଇଣ୍ଡିଆର ସଭାପତି ତଥା ପୂର୍ବତନ ଅର୍ନ୍ତଜାତୀୟ କିମ୍ବଦନ୍ତୀ ହକି ଖେଳାଳୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ରୁଚି ଫୁଡ଼ଲାଇନର ପରିଚାଳନା ନିର୍ଦ୍ଦେଶକ ଡ଼.ଶରତ କୁମାର ସାହୁ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ବିଶିଷ୍ଟ ସମାଜସେବୀ ନମିତା ମହାପାତ୍ର । ଏହି ଆଉଟଲେଟ ଓଡ଼ିଶାରେ ଫ୍ରୋଜିଟର ୧୩ତମ ତଥା କଟକ ସହରର ୫ମ ଆଉଟ୍ଲେଟ । ଏହି ଆଉଟ୍ଲେଟର ସ•୍ୱାଧିକାରୀ ବିଘ୍ନରାଜ ଦାସ ଶ୍ରୀ ତିର୍କୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଫ୍ରୋଜିଟ୍ ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ଡ଼. ସାହୁ ।

Advertisment

publive-image

ବାଲିକୁଦା ସ୍ଥିତ ଫ୍ରୋଜିଟ୍ ଆଉଟ୍ଲେଟ୍ ଠାରେ ବିଭିନ୍ନ ପ୍ରକାର ଫ୍ରୋଜନଫୁଡ୍ସ, ରେଡ଼ି-ଟୁ-ଇଟ୍, ରେଡ଼ି-ଟୁ-କୁକ୍, ସ୍ୱାସ୍ଥ୍ୟପଯୋଗୀ ଜିନିଷ, ପ୍ରିମିୟମ୍ ପ୍ରଡ଼କଟ୍ସ, ମୃଦୁପାନୀୟ, ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ଉପଲବ୍ଧ ରହିଛି । ବ୍ୟସ୍ତବହୁଳ ସମାଜ ଓ ଯୁବପୀଢି ମାନଙ୍କର ଚାହିଦାକୁ ଦେଖି ଫ୍ରୋଜିଟ୍ ଭେଜ୍ ବିରିୟାନୀ, ନନ୍ଭେଜ୍ ବିରିୟାନୀ, ଘି-ମଟନ୍, ପାସ୍ତା, ପିଜା, ବର୍ଗର, ସ୍ୱାଣ୍ଡୱିଚ୍, ଲଚ୍ଛାପରଟା, ପନିର, ମସରୁମ୍, ଡ଼ାଲଫ୍ରାଏ ଆଦି ବିଭିନ୍ନ ସ୍ୱତନ୍ତ୍ର ଖାଦ୍ୟ ଗ୍ରାହକ ମାନଙ୍କୁ ଆଉଟଲେଟରେ ପରିବେଷଣ କରିବା ସହ ଓଡ଼ିଶାର ପାରମ୍ପରିକ ପିଠା ଓ ଖୀରୀ ମଧ୍ୟ ଉପଲବ୍ଧ କରାଇ ପାରିଛି । ଉଦଘାଟନ ଅଫର ଭାବେ ଫ୍ଲାଟ୍ ୧୦ ପ୍ରତିଶତ ରିହାତି ନଭେମ୍ବର ୧୪ ତାରିଖରୁ ଡ଼ିସେମ୍ବର ୧ତାରିଖ ଯାଏ ଖାଉଟିମାନେ ପାଇପାରିବେ ।

publive-image

ଓଡ଼ିଶାର ପ୍ରଥମ ଫ୍ରୋଜନ ଫୁଡ୍ସ କମ୍ପାନୀ ଫ୍ରୋଜିଟର ବିଭିନ୍ନ ଖାଦ୍ୟର ପ୍ରଶଂସା କରିବା ସହ ଏହା ଆମ ରାଜ୍ୟର ଗର୍ବ ଓ ଗୌରବ ବୋଲି ପ୍ରଶଂସା କରିଥିଲେ ଶ୍ରୀ ତିର୍କୀ । ଆଗାମୀ ଦିନରେ ଏହା ସମସ୍ତଙ୍କର ଲୋକପ୍ରିୟ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିଳ୍ପାଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ଦେବଶ୍ମିତା ମିଶ୍ର, ସାଗନିକା ମହାପାତ୍ର ଏବଂ ଅଂଶୁମାନ ପତି । ହ୍ୱାଇଟକାନଭାସ୍ ଟିମ୍ର କର୍ମକ•ର୍ାମାନେ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।