ଆସନ୍ତାକାଲି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ନେଇ ପଞ୍ଚମ ଥର ଭିଡ଼ିଓ କନଫରେନ୍ସିଂରେ କଥା ହେବେ ମୋଦି, ତୃତୀୟ ଲକଡାଉନ ଅବଧି ଶେଷ ହେବା ପୂର୍ବରୁ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ବୈଠକ ଉପରେ ଦେଶବାସୀଙ୍କ ନଜର…

1,042

କନକ ବ୍ୟୁରୋ: ଆସନ୍ତାକାଲି ଅପରାହ୍ନ ୩ଟା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୭ ତାରିଖରେ ଲକ୍ ଟାଉନ୍ର ତୃତୀୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ଏହା ପରେ ସୃଷ୍ଟି ହେବାକୁ ଥିବା ସ୍ଥିତି ନେଇ ଆଲୋଚନା ହେବ ବୋଲି ଚର୍ଚା ହେଉଛି । ଭିଡିଓ କନ୍ଫରେନ୍ସ ିଂ ଜରିଆରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏବଂ ସବୁ ରାଜ୍ୟର ସ୍ଥିତି ନେଇ ଆଲୋଚନା କରିବା ସମ୍ଭାବନା ରହିଛି ।

ସବୁଠାରୁ ବଡ଼ କଥା ହେଲା. ଏହା ତାଲା ବନ୍ଦ ଅବଧୀ ମଧ୍ୟରେ ଏଯାଏଁ ୪ ଥର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସାରିଛନ୍ତି । ସାରା ଦେଶରେ ପ୍ରବାସୀମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ଏବଂ ସେନେଇ ମଧ୍ୟ ଆସନ୍ତାକାଲି ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଆସନ୍ତାକାଲିର ଆଲୋଚନାରେ ଅର୍ଥନୈତିକ ସ୍ଥିତି ମଧ୍ୟ ପ୍ରମୁଖ ପ୍ରସଙ୍ଗ ହେବ ବୋଲି କୁହାଯାଉଛି । କାରଣ ତିନି ପର୍ଯ୍ୟାୟ ଲକ୍ଡାଉନ୍ ସାରାଦେଶରେ ଅର୍ଥନୀତିକୁ ବିଗାଡି ଦେଇଛି । କେମିତି ଧିରେ ଧିରେ ଅର୍ଥନୀତିକୁ ସରକାର ଖୋଲିବେ ଏବଂ କରୋନା ସହ ଲଢେଇ ମଧ୍ୟ ଜାରି ରହିବ, ଉଭୟ ଦିଗକୁ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।